ରେଳ ଧାରଣା ଉପରେ ଠିଆ ହୋଇ ବନାଉଥିଲେ ଟିକ୍‌-ଟକ୍‌ ଭିଡିଓ, ଚଢ଼ିଗଲା ଟ୍ରେନ୍‌

ବେଙ୍ଗାଲୁରୁ : ବେଙ୍ଗାଲୁରୁରେ ଘଟିଛି ଏକ ଅଭାବନୀୟ ଘଟଣା । ୟେଲାହାଙ୍କା ଏବଂ ଚନ୍ନାସାନ୍ଦ୍ରା ମଧ୍ୟରେ ଥିବା ରେଳଧାରଣା ଉପରେ ୩ ଜଣ ଯୁବକ ମିଶି ଟିକ୍‌-ଟକ୍‌ ଭିଡିଓ ବନାଉଥିବା ବେଳେ ହଠାତ୍‌ ଟ୍ରେନ୍‌ ଆସିଯିବାରୁ ୨ଜଣଙ୍କର ମୃତ୍ୟୁ ଘଟିଛି । ଭିଡିଓ ରେକର୍ଡ କରୁଥିବା ଯୁବକ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ଘଟଣାଟି ଶୁକ୍ରବାର ସଂନ୍ଧ୍ୟାରେ ଘଟିଥିବା ବେଳେ ମୃତକଙ୍କ ନାମ ଅଫ୍‌ତାବ ସେରିଫ୍‌ ଓ ମହମ୍ମଦ ମାଟିନ୍‌ ବୋଲି ସୂଚନା ମିଳିଛି । ୨୨ବର୍ଷୀୟ ଜାଇବୁହ୍ଲା ଖାନ୍‌ ଏବେ ଚିକିତ୍ସିତ ହେଉଥିବା କହିଛି ପୁଲିସ ।

Image result for two-bengaluru-youths-run-over-by-train-while-shooting-tiktok-video
Dailyhunt

ସୂଚନା ମୁତାବକ, ଆର୍‌କେ ହେଗ୍‌ଡେ ନଗରରେ ରହୁଥିବା ଅଫ୍‌ତାବ, ମହମ୍ମଦ ମାଟିନ୍‌ ଓ ଜାଇବୁହ୍ଲା ଶୁକ୍ରବାର ସନ୍ଧ୍ୟା ୫ଟା ୩୦ମିନିଟ୍‌ରେ ରେଳ ଧାରଣାକୁ ଭିଡିଓ ରେକର୍ଡ କରିବାକୁ ଯାଇଥିଲେ । ସେହି ସମୟରେ କୋଲାର-ଚିକ୍କବଲ୍ଲପୁର-ବେଙ୍ଗାଲୁରୁ ଟ୍ରେନ୍‌ ଧାରଣା ଦେଇ ଆସୁଥିବା ବେଳେ ଅଫ୍‌ତାବ ଓ ମହମ୍ମଦ ମାଟିନ୍‌ ଟ୍ରେନ୍‌ ଚକା ତଳେ ଚାପି ହୋଇ ମୃତ୍ୟୁବରଣ କରିଥିଲେ । ଜାଇବୁହ୍ଲା ତୁରନ୍ତ ରେଳଧାରଣାରୁ ତଳକୁ ଡ଼େଇଁ ପଡ଼ିବାରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ବୋଲି ଜଣାପଡ଼ିଛି ।

ସମ୍ବନ୍ଧିତ ଖବର