କମିସନରଙ୍କ କୁକୁରକୁ ଖୋଜୁଛି ୟୁପି ପୁଲିସ

ଲ‌କ୍ଷ୍ନୌ: କୁକୁରକୁ ଖୋଜି ଖୋଜି ନୟାନ୍ତ ହୋଇଗଲେ ଉତ୍ତରପ୍ରଦେଶ ପୁଲିସ ଫୋର୍ସ। ୩୬ ଘଣ୍ଟାରେ ୫୦୦ରୁ ଅଧିକ ଘର ସର୍ଚ୍ଚ‌୍ କରି ପକାଇଲେ। କୁକୁରର ଫଟୋ ଧରି ଘରକୁ ଘର ବୁଲିଲେ। ସିସିଟିଭି ଯାଞ୍ଚ କଲେ। କିନ୍ତୁ କୁକୁର ମିଳିଲାନି। ଶେଷରେ ସୋମବାର ସନ୍ଧ୍ୟାରେ ଜଣେ ବ୍ୟକ୍ତି କୁକୁରକୁ ପାଇଲେ। ଏହି କୁକୁରଟି ହେଉଛି ମିରଟ କମିସନର ସେଲଭା କୁମାରୀଙ୍କ ପୋଷା କୁକୁର। ରବିବାର ସନ୍ଧ୍ୟାରେ କୁକୁରଟି ନିଖୋଜ ହୋଇଗଲା। ସାଇବେରିଆନ ହସ୍କି ପ୍ରଜାତିର ଏହି କୁକୁର ହଜିଯିବା ପରେ କମିସନର କୁକୁର ଖୋଜିବାପାଇଁ ପୂରା ପୁଲିସ ଫୋର୍ସ ମୁତୟନ କରିଦେଲେ। କୁକୁର ଫଟୋ ଧରି ସେମାନେ ଘରକୁ ଘର ବୁଲିଲେ ଏବଂ ବାଟରେ ଯାହାକୁ ଦେଖିଲେ ତାକୁ ଫଟୋ ଦେଖାଇ କୁକୁର ବିଷୟରେ ପଚାରିଲେ। କିନ୍ତୁ କୁକୁର ପାଇଲେନି। ଶେଷରେ ଜଣେ ବ୍ୟକ୍ତି କୁକୁରକୁ ଧରି କମିସନରଙ୍କ ଘରେ ପହଞ୍ଚିଥିଲେ।

ସମ୍ବନ୍ଧିତ ଖବର