ଖୁବଶୀଘ୍ର ନିର୍ମାଣ ହେବ ରାମମନ୍ଦିର: ବିଶ୍ୱ ହିନ୍ଦୁ ପରିଷଦ

ଅଯୋଧ୍ୟା: ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ବିପୁଳ ବିଜୟ ପରେ ସନ୍ଥ ଓ ଧର୍ମାଚାର୍ଯ୍ୟମାନଙ୍କର ଆଶା ବଢିଯାଇଛି | ତେବେ ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ନେଇ ସନ୍ଥମାନଙ୍କର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି | ମନ୍ଦିର ନିର୍ମାଣରେ ଯେଭଳି ଆଉ ବିଳମ୍ବ ନ ହୁଏ ସେ ନେଇ ଆଲୋଚନା ହୋଇଛି | ବିଶ୍ୱହିନ୍ଦୁ ପରିଷଦର ନେତାମାନେ ସାଧୁମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ମନ୍ଦିର ନିର୍ମାଣ କାର୍ଯ୍ୟ ଖୁବ ଶୀଘ୍ର ଆରମ୍ଭ ହେବ |

ସନ୍ଥ ସମାଜ ପକ୍ଷରୁ କୁହାଯାଇଛି ଯେ ଖୁବଶୀଘ୍ର ସନ୍ଥମାନଙ୍କର ଏକ ପ୍ରତିନିଧି ଦଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବାକୁ ଯିବ | ବୈଠକରେ ସାମିଲ ହୋଇଥିବା ବିଏଚପି ନେତା ସନ୍ଥମାନଙ୍କୁ ଆଶ୍ୱସ୍ତ ଦେଇ କହିଛନ୍ତି ଯେ ଏବେ ସବୁ କିଛି ଠିକ ଚାଲିଛି | ତେଣୁ ବହୁ ସମୟ ଅପେକ୍ଷା କରିବାକୁ ପଡିବ ନାହିଁ | ଏହା ସେମାନେ କହିଛନ୍ତି ଯେ ଖୁବ ଶୀଘ୍ର ରାମଙ୍କର ଭବ୍ୟ ମନ୍ଦିର ନିର୍ମାଣ ହେବ | ଶ୍ରୀରାମ ଜନ୍ମଭୂମିର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସ କହିଛନ୍ତି ଯେ କେନ୍ଦ୍ର ଓ ରାଜ୍ୟରେ ବିଜେପିର ବହୁମତ ସରକାର ରହିଛି |

ଭଗବାନଙ୍କ କୃପାରୁ ସୁନ୍ଦର ସମୟ ଆସିଛି | ତେଣୁ ଏହି ଅନୁକୂଳ ସମୟରେ ମନ୍ଦିର ନିର୍ମାଣ ହେବା ଆବଶ୍ୟକ | ସେ କହିଛନ୍ତି ଯେ ବହୁତ ମୁସଲମାନ ସମ୍ପ୍ରଦାୟର ବ୍ୟକ୍ତି ମଧ୍ୟ ମନ୍ଦିର ନିର୍ମାଣ ସପକ୍ଷରେ ଅଛନ୍ତି | ଏଠାରେ ସୂଚନା ଥାଉ କି ଦୁଇ ଦିନ ତଳେ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଥିଲେ | ଏହି ଚିଠିରେ ଶୀଘ୍ର ରାମ ମନ୍ଦିର ନିର୍ମାଣ କରିବାକୁ ଅପିଲ କରିଥିଲେ |

ସମ୍ବନ୍ଧିତ ଖବର