ଦେଖନ୍ତୁ ଭିଡିଓ: ପଶ୍ଚିମବଙ୍ଗ ଗାଁରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବ୍ୟାଡ୍‌ମିଣ୍ଟନ୍‌ ଖେଳ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସଙ୍ଗୀତ, ଚିତ୍ରକଳାକୁ ଭଲ ପାଆନ୍ତି ଓ କବିତା ଲେଖନ୍ତି। କିନ୍ତୁ ଶୁକ୍ରବାର ସନ୍ଧ୍ୟାରେ ସେ ତାଙ୍କର ଅନ୍ୟ ଏକ ପାରଦର୍ଶିତା ଦେଖାଇଛନ୍ତି ଯାହା ରାଜନୀତି ଠାରୁ ଭିନ୍ନ। ନିଜେ ବ୍ୟାଡ୍‌ମିଣ୍ଟନ୍‌ ଖେଳୁଥିବାର ଏକ ଭିଡିଓ ସେ ଟୁଇଟର୍‌ରେ ପୋଷ୍ଟ୍‍ କରିଛନ୍ତି।

ଶାଲ୍‌ ଖଣ୍ଡେ ବେଢ଼ାଇ ହୋଇ ମମତା ବ୍ୟାଡ୍‌ମିଣ୍ଟନ୍‌ କୋର୍ଟରେ ଭଲି ପରେ ଭଲି ଏବଂ ସଟ୍‌ ବିରୋଧରେ ସଟ୍‌ ମାରୁଛନ୍ତି। ୩୨ ସେକେଣ୍ଡ୍‌ର ଏହି ଭିଡିଓରେ ମମତା ବାନାର୍ଜୀ ଗୋଟିଏ ପଏଣ୍ଟ୍‌ ହରାଉଛନ୍ତି।

ସେ ଟୁଇଟ୍‌ କରିଛନ୍ତି: ଆମେ ଖେଳକୁ ସୁଖ ପାଉ। ଗୋଟିଏ ଗାଁରେ ସାଙ୍କେତିକ ଖେଳ…

ମମତା ବାନାର୍ଜୀ ମଧ୍ୟ ଜଣେ ଦକ୍ଷ ଚିତ୍ରଶିଳ୍ପୀ। ତାଙ୍କର ଗୋଟିଏ ଚିତ୍ର ରାଷ୍ଟ୍ରପତି ଭବନରେ ଲାଗିଛି। ତାଙ୍କ ଲିଖିତ ଗୋଟିଏ କବିତା ପଶ୍ଚିମବଙ୍ଗ ସ୍କୁଲ୍‌ ପାଠ୍ୟକ୍ରମରେ ସ୍ଥାନିତ। ତାଙ୍କର ‘ରୌଦ୍ରଛାୟା’ ନାମରେ ଏକ ଗୀତ ଆଲ୍‌ବମ୍‌ ମଧ୍ୟ ରହିଛି। ସେଥିରେ ସେ ନିଜେ ଗୀତ ଲେଖିଛନ୍ତି ଓ ସ୍ୱର କରିଛନ୍ତି।

ସମ୍ବନ୍ଧିତ ଖବର