ମଦ ସମ୍ରାଟ ବିଜୟ ମାଲ୍ୟା ଆର୍ଥିକ ଅପରାଧୀ ଘୋଷିତ; ସମ୍ପତ୍ତି ଜବତ ହେବାର ପଥ ପରିଷ୍କାର

ମୁମ୍ବାଇ :  ମଦ ସମ୍ରାଟ ବିଜୟ ମାଲ୍ୟାଙ୍କୁ  ଆଜି ପଳାତକ ଆର୍ଥିକ ଅପରାଧୀ ଘୋଷଣା କରାଯାଇଛି । ମୁମ୍ବାଇର ସ୍ବତନ୍ତ୍ର ପିଏମଏଲଏ ଅଦାଲତ ଶନିବାର ଏହି ଘେଷଣା କରିଛନ୍ତି। ଏହା ଫଳରେ ତାଙ୍କର ସମସ୍ତ ସମ୍ପତ୍ତି ଜବତ ହେବାର ପଥ ପରିଷ୍କାର ହୋଇଛି । ଏ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସ୍ୱତନ୍ତ୍ର କୋର୍ଟରେ ପୂର୍ବରୁ ଆବେଦନ କରିଥିଲେ, ଯାହା ଶନିବାର ଗ୍ରହଣ କରି ମାଲ୍ୟାଙ୍କୁ ପଳାତକ ଆର୍ଥିକ ଅପରାଧୀ ଘୋଷଣା କରାଯାଇଛି।

ପଳାତକ ଆର୍ଥିକ ଅପରାଧୀ ଅଧନିୟମ,୨୦୧୮ ଅନୁସାରେ ସେ ପ୍ରଥମ ପଳାତକ ଆର୍ଥିକ ଅପରାଧୀ ବିବେଚିତ ହୋଇଛନ୍ତି  ଏବଂ ଏହି ଆଇନ ଅନୁସାରେ ମାଲ୍ୟାଙ୍କ  ସମ୍ପତ୍ତି ଜବତ କରିବାର ଅଧିକାର ସରକାରଙ୍କ ନିକଟକୁ ଆସିଛି।

ଆର୍ଥିକ ପଳାତକ ଅପରାଧୀ ଘୋଷଣା ହେବାପରେ ବିଜୟ ମାଲ୍ୟାଙ୍କୁ  ବ୍ରିଟେନରୁ ପ୍ରତ୍ୟାର୍ପଣ ପାଇଁ ସାହାଯ୍ୟ ମିଳିବ । ସ୍ୱତନ୍ତ୍ର କୋର୍ଟ ପୂର୍ବରୁ ବିଜୟ ମାଲ୍ୟାଙ୍କ ସମସ୍ତ ମାମଲାକୁ ଖାରଜ କରିଦେଇଛନ୍ତି । ପିଏମଏଲଏ କୋର୍ଟ ପଳାତକ ଆର୍ଥିକ ଅପରାଧୀ ଅଧିନିୟମର ଧାରା ୨ଏଫ୍ ଅନୁସାରେ ମାଲ୍ୟାଙ୍କ ବିରୋଧରେ ନିଜର ନିଷ୍ପତ୍ତି ଶୁଣାଇଛନ୍ତି । ଏହି ନିୟମ ଅନୁସାରେ ଅପରାଧ କରିବା ପରେ ଦେଶ ଛାଡ଼ିଯବା ଓ ଯାଂଚ ପାଇଁ କୋର୍ଟରେ ହାଜର ନହେବା ପାଇଁ ତାଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି ହୋଇସାରିଛି ।

ସୂଚନାଯୋଗ୍ୟ ୨୦୧୬ ମସିହାରୁ ମାଲ୍ୟା ଭାରତରୁ ଫେରାର୍ ହୋଇ ଲଣ୍ଡନରେ ଅଛନ୍ତି । ମାଲ୍ୟାଙ୍କ ନାଁରେ ବିଭିନ୍ନ ବ୍ୟାଙ୍କରୁ ପାଖାପାଖି ୯ ହଜାର କୋଟି ଟଙ୍କା ଋଣ ବକେୟା ରହିଛି ।

ସମ୍ବନ୍ଧିତ ଖବର