ମେକ୍ସିକୋରେ ପାହାଡ଼ରୁ ଖସି ବିଶ୍ୱ ବିଖ୍ୟାତ ଆମେରିକୀୟ ଆରୋହୀ ବ୍ରାଡ୍‌ ଗୋବ୍ରାଇଟ୍‌ ମୃତ

ମେକ୍ସିକୋ ସିଟି: ବିଶ୍ୱ ବିଖ୍ୟାତ ପାହାଡ଼ ଆରୋହଣକାରୀ ଆମେରିକୀୟ ନାଗରିକ ବ୍ରାଡ୍‌ ଗୋବ୍ରାଇଟ୍‌ ଉତ୍ତର ମେକ୍ସିକୋରେ ଗୋଟାଏ ସଳଖ ପାହାଡ଼ ଚଢ଼ିବା ବେଳେ ଖସିପଡ଼ି ମୃତ୍ୟୁ ବରଣ କରିଥିବା କଥା ଗୁରୁବାର ଦିନ ସରକାରୀ କର୍ତ୍ତୃପକ୍ଷମାନେ କହିଛନ୍ତି।

୩୧ ବର୍ଷିୟ ଗୋବ୍ରାଇଟ୍‌, ତାଙ୍କର ସାଥି ଆମେରିକୀୟ ୨୬ ବର୍ଷିୟ ଏଇଡାନ୍‌ ଜେକବ୍‌ସନ୍‌ ବୁଧବାର ଦିନ ଉତ୍ତର ରାଜ୍ୟ ନେବୋ ଲିଓନସ୍ଥିତ ସାଇନିଙ୍ଗ୍‌ ପାଥ୍‌ ଭାବେ ଜଣାଶୁଣା ପାହାଡ଼ ଆରୋହଣ କରୁଥିବା ବେଳେ ଖସିପଡ଼ିଥିଲେ ବୋଲି ଏକ ବିବୃତିରେ ଏମରଜେନ୍‌ସି ରେସ୍‌ପନ୍‌ସ୍‌ ଏଜେନ୍‌ସି କହିଛି।

Image Source: The Sun daily

ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ ସେମାନେ ୨, ୩୦୦ ଫୁଟ୍‌ ଶିଖର ଆରୋହଣ କରିସାରି ଅବରତଣ କରିବା ବେଳେ ଦୁର୍ଘଟଣା ଘଟିଥିଲା।
ଜ୍ୟାକବ୍‌ସନ୍‌ ମାଟିଭିତରୁ ଫୁଟି ବାହାରିଥିବା ପଥର ଉପରେ ପଡ଼ିଥିବା ବେଳେ ଗୋବ୍ରାଇଟ୍‌ ଛିଟିକି ପଡ଼ି ଆଉ ୩୦୦ ମିଟର ତଳକୁ ପଡ଼ି ମୃତ୍ୟୁବରଣ କଲେ।

ଜେକବସନ୍‌ଙ୍କର ଡାହାଣ ମଣିବନ୍ଧ ଏବଂ ଦେହାର ଅନ୍ୟାନ୍ୟ ଅଂଶ ଛେଚି ହୋଇଯାଇଛି। ତାଙ୍କୁ ବେସ୍‌ରେ ଚିକିତ୍ସା କରାଯାଉଛି।

ପ୍ରାୟ ୩୦୦ ମିଟର୍‌ ଉଚ୍ଚରୁ ପଡ଼ି ଗୋବ୍ରାଇଟ୍‌ଙ୍କର ମୃତ୍ୟୁ ଘଟିଛି।

ବିନା ଦଉଡ଼ିରେ ମାଧ୍ୟାକର୍ଷଣ ଶକ୍ତିକୁ ପ୍ରତିହତ କରି ଗୋବ୍ରାଇଟ୍‌ ପାହାଡ଼ ଚଢ଼ନ୍ତି।

ସମ୍ବନ୍ଧିତ ଖବର