ଆପଣଙ୍କ ଶରୀରରେ ଏହି ୬ଟି ଲକ୍ଷଣ ଦେଖା ଦେଉଛି କି? ହୋଇପାରେ କିଡ଼୍‍ନୀ ସମସ୍ୟାର ପୂର୍ବ ସୂଚନା

ଶରୀରର ଏକ ଗୁରୁତ୍ୱପୁର୍ଣ୍ଣ ଅଂଶ ହେଉଛି କିଡ଼୍‍ନୀ । କିଡ଼୍‍ନୀ ରକ୍ତକୁ ସଫା ରଖିବା ସହ ଶରୀରରୁ ବିଷାକ୍ତ ପଦାର୍ଥ ବାହାରକୁ ବାହାର କରିଥାଏ । ମଣିଷ ଶରୀରରେ ଦୁଇଟି କିଡ଼୍‍ନୀ ଥିବା ବେଳେ ଗୋଟିଏ ବି ଖରାପ ହେଲେ ଏହାର ପ୍ରଭାବ ପୂରା ଶରୀର ଉପରେ ପଡ଼ିଥାଏ । କିଡ଼୍‍ନୀ ଖରାପ ହେବା ପୂର୍ବରୁ କିଛି ଲକ୍ଷଣ ଦେଖା ଯାଇଥାଏ,ଯାହା ବିଷୟରେ ଲୋକମାନେ ପୂର୍ବରୁ ଜାଣି ପାରି ନଥାନ୍ତି । ଆଜି ଆମେ ଆପଣଙ୍କୁ କିଡ଼୍‍ନୀ ଖରାପ ହେବାର ପୂର୍ବ ସୂଚନା ବିଷୟରେ ଜଣାଇବାକୁ ଯାଉଛୁ । ଯାହା ଫଳରେ ଆପଣମାନେ ଲକ୍ଷଣ ଜାଣି ପୂର୍ବରୁ ନିଜର ଚିକିତ୍ସା କରାଇ ପାରିବେ ।

୧.ପେଟ ବିନ୍ଧା ହେବା ଏକ ସାଧାରଣ କଥା । କିନ୍ତୁ ଯଦି ଆପଣଙ୍କ ପେଟର ବାମ ପଟ ବା ଡ଼ାହାଣ ପଟ ଜୋରରେ ବିନ୍ଧା ହେଉଛି । ତେବେ ଏହାକୁ ଅଣଦେଖା କରନ୍ତୁ ନାହିଁ । ଏହା କିଡ଼୍‍ନୀ ଖରାପ ହେବାର ସଙ୍କେତ ହୋଇପାରେ ।
୨.ହାତ ଏବଂ ଗୋଡ଼ ସିଝିବା ପରି ଦିଶିବାର ଅନେକ କାରଣ ରହିଛି । କିନ୍ତୁ ଏହା କିଡ଼୍‍ନୀ ଖରାପର କାରଣ ମଧ୍ୟ ହୋଇପାରେ । କିଡ଼୍‍ନୀ ଖରାପ ହେଲେ ଶରୀରରେ ବିଷାକ୍ତ ପଦାର୍ଥ ଜମି ଯାଇଥାଏ । ଯାହା ଦ୍ୱାରା ହାତ ଏବଂ ଗୋଡ଼ ସିଝିବା ପରି ଦେଖାଯିବା ସହ ଲାଲ ପଡ଼ି ଯାଇଥାଏ ।
୩.ପରିସ୍ରାରେ ରକ୍ତ ଆସିଲେ ଏହାକୁ ଅଣଦେଖା ନ କରି ତୁରନ୍ତ ଡ଼ାକ୍ତରଙ୍କୁ ପରାମର୍ଶ କରାନ୍ତୁ । ଏହା କିଡ଼୍‍ନୀ ଖରାପ ହେବାର ଲକ୍ଷଣ ହୋଇପାରେ ।

Image result for kidney pain
Medium

୪. ଯଦି ହଠାତ୍‌ ଆପଣଙ୍କ ଅଜାଣତରେ ପରିସ୍ରା ବାହାରକୁ ଆସି ଯାଉଛି ବା ଏହାକୁ ଆପଣ ନିୟନ୍ତ୍ରଣରେ ରଖି ପାରୁ ନାହାନ୍ତି ତେବେ ଏହା ମଧ୍ୟ କିଡ଼୍‍ନୀ ଖରାପ ହେବାର ଲକ୍ଷଣ ହୋଇପାରେ ।
୫. କୌଣସି ଶାରୀରିକ କାମ ନ କରି ଯଦି ଆପଣ ଥକାପଣ ଅନୁଭବ କରୁଛନ୍ତି ତେବେ ତୁରନ୍ତ ଯାଇ ଡ଼ାକ୍ତରଙ୍କୁ ପରାମର୍ଶ କରାନ୍ତୁ । ଏହା କିଡ଼୍‍ନୀ ଖରାପ ହେବାର ଲକ୍ଷଣ ମଧ୍ୟ ହୋଇପାରେ ।

ସମ୍ବନ୍ଧିତ ଖବର