ବିବାହ ପାଇଁ ରାଜି କରାଇବାକୁ ପିଲାମାନଙ୍କୁ ଏସବୁ କଥା କହି ଥାଆନ୍ତି ମାତାପିତା

ବିବାହ ନିଷ୍ପତ୍ତିି ନେବା ଯେ କୌଣସି ବ୍ୟକ୍ତି ପାଇଁ ଏକ କଠିନ କାମ ହୋଇଥାଏ । ପିଲାମାନେ ବଡ଼ ହୋଇ ଚାକିରି କରିବା ପରେ ତାଙ୍କ ମାତା-ପିତାମାନେ ଏହି କଠିନ ନିଷ୍ପତ୍ତିି ନେବା କଥା ଭାବି ଥାଆନ୍ତି । କିନ୍ତୁ ଯୁବକ-ଯୁବତୀମାନେ ନିଜ ସ୍ୱାଧୀନତା ଏବଂ ବ୍ୟାଚେ୍‌ଲର ଲାଇଫ୍‌କୁ ଛାଡ଼ି ଏତେ ଶୀଘ୍ର ବିବାହ କରିବା ପାଇଁ ଇଚ୍ଛା ପ୍ରକାଶ କରନ୍ତି ନାହିଁ । ସେମାନଙ୍କ ପିଲାମାନଙ୍କୁ ବିବାହ ପାଇଁ ପ୍ରସ୍ତୁତ କରାଇବାରେ ମାତା-ପିତାମାନେ ଅନେକ ବାଟ ଆପଣେଇ ଥାଆନ୍ତି । ଏଥିପାଇଁ ସେମାନଙ୍କୁ କୌଣସି ମିସନଠାରୁ କମ ଲାଗି ନ ଥାଏ । ବିଭିନ୍ନ ପ୍ରକାରର କଥା କହି ସେମାନେ ନିଜ ପୁଅ-ଝିଅମାନଙ୍କୁ ବିବାହ ପାଇଁ ରାଜି କରାଇବାକୁ ଚେଷ୍ଟା କରି ଥାଆନ୍ତି ।

୧.ପିଲାମାନେ ଭଲ ସ୍ଥାନରେ ଚାକିରି କରିବା ପରେ ମାତା-ପିତାଙ୍କ ମୁଣ୍ଡରେ ଚାକିରିର ଭୂତ ପଶିଥାଏ । ଖାସ୍‌ କରି ପୁଅମାନେ ଚାକିରି କରିବା ସଙ୍ଗେ ସଙ୍ଗେ ଘରକୁ ବୋହୂ ଆଣିବା କଥା ମାତା-ପିତାମାନେ ଭାବି ଥାଆନ୍ତି । ଏବେ ତ ଚାକିରି କରି ଗଲାଣୁ ବିବାହ କରିବାରେ ଅସୁବିଧା କ’ଣ, ଏପରି କହି ସେମାନେ ନିଜ ନିଜ ପିଲାମାନଙ୍କୁ ରାଜି କରାଇବାକୁ ଚେଷ୍ଟା କରି ଥାଆନ୍ତି ।

mariefrance.fr

୨. ପ୍ରାୟତଃ ମାତା-ପିତାମାନେ ଚାକିରିରୁ ଅବସର ନେବା ପୂର୍ବରୁ ନିଜ ପିଲାମାନଙ୍କ ବିବାହ କଥା ଭାବିଥାଆନ୍ତି । କିନ୍ତୁ ଅବସର ନେବା ପୂର୍ବରୁ ହିଁ ସେମାନେ ବିବାହ କଥା କହିବା ଆରମ୍ଭ କରି ଦେଇଥାଆନ୍ତି । ଯେମିତିକି ଆପଣମାନେ ଠିକ୍‌ ସମୟରେ ବିବାହ ପାଇଁ ରାଜି ହୋଇଯିବେ ।
୩. ଯେତେବେଳେ ପିଲାମାନଙ୍କର ବୟସ ୨୫ରୁ ଅଧିକ ହେବାକୁ ଲାଗେ ସେତେବେଳେ ମାତା-ପିତାମାନେ ବିବାହ ପାଇଁ ବୟସ ହୋଇ ଗଲାଣି କେବେ ବିବାହ କରିବୁ ବୋଲି କହିବା ଆରମ୍ଭ କରି ଦେଇ ଥାଆନ୍ତି ।

୪.ଝିଅମାନଙ୍କ ବିବାହକୁ ନେଇ ମାତା-ପିତାମାନେ ଅଧିକ ଚିନ୍ତିତ ରହିଥାଆନ୍ତି । ଯେତେବେଳେ କିଛି ଭଲ ପ୍ରସ୍ତାବ ଆସେ ସେତେବେଳେ ଏହାଠାରୁ ଭଲ ପ୍ରସ୍ତାବ ମିଳିବ ନାହିଁ କହି ବିବାହ ପାଇଁ ରାଜି କରାଇବାକୁ ଚେଷ୍ଟା କରି ଥାଆନ୍ତି ।

St. Joseph News-Press

୫. ଯଦି ଆପଣଙ୍କ ସାଙ୍ଗମାନେ ବିବାହ କରି ମାତା-ପିତା ବନି ଯାଉଛନ୍ତି ତେବେ ଆପଣଙ୍କ ଅସୁବିଧା ଆହୁରି ବଢ଼ିଗଲା ବୋଲି ଭାବନ୍ତୁ । ତୋ’ ସାଥୀର ପିଲାମାନେ ବିବାହ କରି ମା-ବାପା ହେଲେଣି ତୁ କେବେ ହେବୁ ବୋଲି ବିବାହ କରିବାକୁ ବାଧ୍ୟ କରି ଥାଆନ୍ତି ।

ସମ୍ବନ୍ଧିତ ଖବର