ଓଲିଉଡର ‘ପାଗଳପ୍ରେମୀ’ ଏବେ ସାଉଥରେ ଭାରି ବ୍ୟସ୍ତ

ଭୁବନେଶ୍ୱର: କେବେ‘ପାଗଳପ୍ରେମୀ’ତ ପୁଣି କେବେ ‘ସପନର ସୌଦାଗର’ ସାାଜିଥିବା ଓଲିଉଡ଼୍‍ର ନାମୀ ନାୟକ ସବ୍ୟସାଚୀ ଏବେ ସାଉଥ୍‌ ଇଣ୍ଡଷ୍ଟ୍ରିରେ ଅଧିକ ସକ୍ରିୟ। ଏଭଳି ସୁଯୋଗ ପୂର୍ବରୁ ଅନ୍ୟ କୌଣସି ଓଡ଼ିଆ ନାୟକଙ୍କ କ୍ଷେତ୍ରରେ ଘଟିନାହିଁ।


ହଁ ଇତିମଧ୍ୟରେ ସବ୍ୟସାଚୀ ତିନିଟି ତେଲୁଗୁ ଓ ଦୁଇଟି ତାମିଲ ସିନେମାରେ କାମ ଶେଷ କରିଛନ୍ତି। ଏହି ତେଲୁଗୁ ସିନେମା ଗୁଡ଼ିକ ହେଲା‘ସୀତାରାମ ଲୁ କଲ୍ୟାଣମ୍‌,ଆଦି ଓକା ଇ ଦି ଲେ ଏବଂ ‘ନିରାଜନମ୍‌’। ଠିକ୍‌ ସେହିପରି ଯେଉଁ ତାମିଲ ଫିଲ୍ମରେ ହିରୋ ହେବାର ସୁଯୋଗ ମୋତେ ମିଳିଛି ,ତାହା ହେଲା-ଉନ୍ନକାଗା ଓ୍ଵ ଏବଂ ଅନ୍ୟଟିର ନାମକରଣ ହୋଇନାହିଁ। ତେବେ ଏସବୁ ସିନେମାର ସୁଟିଂ ଶେଷ ହୋଇଯାଇଛି। ଏଥିମଧ୍ୟରୁ ସବୁଠୁଁ ବଡ଼ ବଜେଟ୍‌ର ସିନେମା ହେଲା -ଆଦି ଓକା ଇ ଦିଲେ।ଏହାର ନିର୍ଦ୍ଦେଶକ ହେଲେ ସ୍ୱର୍ଣ୍ଣବାବୁ ,ଯିଏକି ସାଉଥ୍‌ ଓ ବଲିଉଡ଼୍‍ର ଜଣେ ଟପ୍‌ କୋରିଓଗ୍ରାଫର୍‌। ଏଥିମଧ୍ୟରୁ ଯେଉଁଟିର ଓଡ଼ିଆ ଭର୍ସନ ପ୍ରସ୍ତୁତ ହେଉଛି ତାହା ହେଲା ‘ନିରାଜନମ୍‌’ । ଖୁବ୍‌ ଶୀଘ୍ର ଏହାର ଓଡ଼ିଆ ଭର୍ସନ ରିଲିଜ୍‌ ହେବ ବୋଲି ସବ୍ୟସାଚୀ କହିଛନ୍ତି। ।ଆଉ ଏକ କଥା ହେଲା ଯେ,ଗତବର୍ଷ ତାଙ୍କର ଏକ ଓଡ଼ିଆ ତେଲୁଗୁ ବିଗ୍‌ ବଜେଟ୍‌ ମୁଭି ‘ସୀତାରାମଙ୍କ ବାହାଘର-କଳିଯୁଗରେ’ମଧ୍ୟ ରିଲିଜ୍‌ ହୋଇଥିଲା।

ସମ୍ବନ୍ଧିତ ଖବର