ଜାଣନ୍ତୁ ଆଜିର ରାଶିଫଳ

ମେଷ: ଦିନଟି ଆପଣଙ୍କ ପରିବାର ଲାଗି ନୂଆ ଖୁସି ନେଇ ଆସିବ। ଧାର୍ମିକ କାର୍ଯ୍ୟ କରିବାର ଅବସର ମିଳିବ। ବେପାରରେ ସହଯୋଗୀ ମାନଙ୍କର ସମର୍ଥନ ପାଇବେ।

ବୃଷ: ହସ୍ତଶିଳ୍ପ ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ହେବ। କୋର୍ଟ ମାମଲାରେ ଆପଣଙ୍କୁ ଆରାମ ମିଳିବ। କାର୍ ଚଳାଇବା ଶିଖି ପାରନ୍ତି। ଛାତ୍ରଛାତ୍ରୀ ଭବିଷ୍ୟତ ଲାଗି ନୂଆ ଯୋଜନା କରିବେ।

ମିଥୁନ: ପ୍ରବଚନ ଶୁଣିବାକୁ ଯାଇପାରନ୍ତି। ବ୍ୟବସାୟରେ ପରିଜନଙ୍କର ସହଯୋଗ ପାଇବେ। ଚାକିରି ଅନ୍ବେଷଣ ସମାପ୍ତ ହେବ। ସିଭିଲ୍ ଇଂଜିନିୟର ଛାତ୍ର ପରୀକ୍ଷାରେ ଭଲ କରିବେ।

କର୍କଟ: ଆତ୍ମବିଶ୍ବାସ ଆପଣଙ୍କୁ ଉନ୍ନତି ପଥରେ ଆଗେଇ ନେଇଯିବ। ତୀର୍ଥରେ ଯିବାର ଯୋଜନା କରିପାରନ୍ତି। ଜରୁରୀ କାମରେ ନିଜ ଲୋକଙ୍କର ସାହାଯ୍ୟ ପାଇ ଖୁସି ହେବେ।

ସିଂହ: ଦାମ୍ପତ୍ୟ ଜୀବନରେ ତାଳମେଳ ବଜାୟ ରହିବ। ଆପଣଙ୍କ ବିଚାର ସକାରାତ୍ମକ ରହିବ। ଅନ୍ୟମାନଙ୍କ ଦ୍ବାରା କାମ ହାସଲ କରିବାରେ ସକ୍ଷମ ହେବେ। ପ୍ରେମ ଜୀବନ ଭଲ ରହିବ।

କନ୍ୟା: ବ୍ୟବସାୟ ଆରମ୍ଭର ନୂଆ ଯୋଜନା ସଫଳ ହେବ। କଣ୍ଠଶିଳ୍ପୀଙ୍କୁ ପୁରସ୍କାର ମିଳିବ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ସଫଳତାର ନୂଆ ଉପାୟ ସମ୍ପର୍କରେ ବିଚାର କରିପାରନ୍ତି।

ତୁଳା: ଦିନଟି ଆପଣଙ୍କ ଜୀବନରେ ନୂଆ ପରିବର୍ତ୍ତନ ଆଣିବ। ଅଧୁରା କାମ ସଂପୂର୍ଣ୍ଣ କରିବା ଲାଗି ଭଲ ସମୟ। ରକ୍ତଚାପ ରୋଗୀଙ୍କୁ ଆରାମ ମିଳିବ।

ବିଛା: ଆପଣଙ୍କ ଉପରେ ପରିବାରର ଦାୟିତ୍ବ ବଢ଼ିପାରେ। ଘର ବଗିଚାରେ ପରିବା ଗଛ ଲଗାଇ ପାରନ୍ତି। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ଶିକ୍ଷାର୍ଥୀ ନୂଆ ସମୟ ସାରଣି ପ୍ରସ୍ତୁତ କରନ୍ତୁ।

ଧନୁ: ବ୍ୟବସାୟରେ ବଡ଼ ଚୁକ୍ତି ହେବ। ଗ୍ରନ୍ଥାଗାରିକଙ୍କର ଦରମା ବୃଦ୍ଧି ହେବ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଚର୍ମରୋଗୀ ଡାକ୍ତରଙ୍କ ସହ ପରାମର୍ଶ କରିବେ।

ମକର: ଖେଳାଳି ଅଭ୍ୟାସରେ ଅଧିକ ପରିଶ୍ରମ କରିବେ। ରାଜନେତାଙ୍କର ସାମାଜିକ ପ୍ରଭାବ ବଢ଼ିବ। ବେପାର ବଣିଜରେ ଯଥେଷ୍ଟ ଲାଭ ପାଇବେ। ପରିବାରରେ ଶାନ୍ତି ରହିବ।

କୁମ୍ଭ: ଆୟୁର୍ବେଦ ଔଷଧ ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ। ମହିଳାମାନେ ଘରେ ବ୍ୟବସାୟ ଆରମ୍ଭ କରିପାରନ୍ତି। ରାଜନେତା କୌଣସି ସଭାର ଆୟୋଜନ କରିବେ।

ମୀନ: ଛୋଟ ବ୍ୟବସାୟୀଙ୍କୁ ଯଥେଷ୍ଟ ଧନଲାଭ ହେବ। ସମାଜସେବୀଙ୍କର ମାନ ସମ୍ମାନ ବଢ଼ିବ। କାଷ୍ଠ କାରିଗରଙ୍କ ଲାଗି ଭଲ ଦିନଟିଏ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ।

ସମ୍ବନ୍ଧିତ ଖବର