ରୁଚିକା ମାର୍କେଟ୍‌ରୁ ଉଦ୍ଧାର ହେଲା ଛତିଆର ନାବାଳିକା

ଭୁବନେଶ୍ବର : ଭରତପୁର ଥାନା ଅନ୍ତର୍ଗତ ବରମୁଣ୍ଡା ରୁଚିକା ମାର୍କେଟ୍‌ରୁ ଶନିବାର ଦିନ ଜଣେ ନାବାଳିକାକୁ ଉଦ୍ଧାର କରିଛି ପୁଲିସ। ନାବାଳିକାର ଘର କଟକ ଛତିଆ ଅଞ୍ଚଳରେ। କିଛି ଦିନ ତଳେ ଘରେ ପାଠପଢ଼ାକୁ ନେଇ ଗାଳି କରିବାରୁ ସେ ରାଗରେ ଘର ଛାଡ଼ି ବସ୍‌ଷ୍ଟାଣ୍ଡ୍‌ ପଳାଇ ଆସିଥିଲା। ଏଠାରେ କେହି ଚିହ୍ନା ପରିଚିତ ନଥିବାରୁ ରୁଚିକାସ୍ଥିତ ଏକ ନର୍ସିଂହୋମ୍ ବାହାରେ ବସିଥିଲା। ତାକୁ ଦେଖି ସ୍ଥାନୀୟ ପୁଲିସକୁ ଖବର ଦେଇଥିଲେ। ପୁଲିସ ଅଧିକ ପଚରାଉଚରା କରିବାରୁ ଛତିଆରେ ତାଙ୍କ ଘର ଥିବା ଜଣାପଡ଼ିଥିଲା।

ଏନେଇ ପୁଲିସ ଛତିଆ ପୁଲିସକୁ ଯୋଗାଯୋଗ କରିବାରୁ ଗତ ଗୁରୁବାର ଜଣେ ନବମ ଶ୍ରେଣୀର ଛାତ୍ରୀ ନିଖୋଜ ଥିବା ଥାନାରେ ଅଭିଯୋଗ ହୋଇଥିବା ଜଣାପଡ଼ିଥିଲା। ପରିବାରଲୋକଙ୍କ ସହ ଯୋଗାଯୋଗ କରାଯିବା ପରେ ଛାତ୍ରୀଙ୍କୁ ନିକଟସ୍ଥ ଚାଇଲ୍ଡ ଲାଇନ୍‌ରେ ଛଡ଼ାଯାଇଥିବା ଜଣାପଡ଼ିଛି। ଆଜି ପରିବାର ଲୋକେ ଛାତ୍ରୀକୁ ନେବେ ବୋଲି ପୁଲିସ ସୂତ୍ରରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର