ମନ ମୋହିଲେ ଏଲିନା

ପୁରୁଣା ଭୁବନେଶ୍ବର: ନୂଆଗାଁ ଗ୍ରାମୀଣ ବିକାଶ ମଞ୍ଚ ପକ୍ଷରୁ ଚାଲିଥିବା ରାଜ୍ୟସ୍ତରୀୟ ରଜ ମହୋତ୍ସବର ଦ୍ବିତୀୟ ଦିନ ତଥା ପହିଲି ରଜ ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଲୋକଙ୍କୁ ଦିନତମାମ୍ ବାନ୍ଧି ରଖିଥିଲା। ସନ୍ଧ୍ୟାରେ ଓଲିଉଡ୍‌ ଅଭିନେତ୍ରୀ ଏଲିନା ସାମନ୍ତରାୟ ନୃତ୍ୟ ଓ ଗୀତ ପରିବେଷଣ କରି ଦର୍ଶକଙ୍କ ମନ କିଣିଥିଲେ।

ସେହିଭଳି ଆର୍‌ଏସ୍ କୁମାରଙ୍କ ଗ୍ରୁପ୍‌ର ସଙ୍ଗୀତ ପରିବେଷଣ ବେଶ୍‌ ଆକର୍ଷଣୀୟ ହୋଇଥିଲା। ଏଥିସହ ନନ୍‌ସେନ୍ସ ମଣିଙ୍କ କମେଡି ଦର୍ଶକ ବିଭୋର ହୋଇଥିଲେ। ମହିଳାମାନଙ୍କ ଦ୍ବାରା ଅନୁଷ୍ଠିତ ରାମ୍ପ୍‌ ସୋ’, ଶଙ୍ଖ, ହୁଳହୁଳି, ମେହେନ୍ଦି ପ୍ରତି‌ଯୋଗିତା ମହୋତ୍ସବକୁ ଆକର୍ଷଣୀୟ କରିଥିଲା। ଆଜି ଜୁନିୟର ଓ ସିନିୟର ଗ୍ରୁପ୍‌କୁ ନେଇ ସଙ୍ଗୀତ, ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସଭାପତି ବସନ୍ତ କୁମାର ବରାଳ, ସମ୍ପାଦକ ଚିନ୍ମୟାନନ୍ଦ ବଡ଼ଜେନାଙ୍କ ସମେତ ସଭ୍ୟମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ମୁଣ୍ଡମୁହାଁଣରେ ମଞ୍ଚ ଦୁଲୁକା‌ଇଲା ଅସୀମା ପଣ୍ଡା ନାଇଟ୍‌

youtube

ଭୁବନେଶ୍ବର: ଆଜି ସନ୍ଧ୍ୟାରେ ମୁଣ୍ଡମୁହାଁଣ ରଜ ମହୋତ୍ସବ ଅବସରରେ ଅନୁଷ୍ଠିତ ଅସୀମା ପଣ୍ଡା ନାଇଟ୍‌ ଦର୍ଶକଙ୍କୁ ବେଶ୍ ରୋମାଞ୍ଚିତ କରିଥିଲା। ଆଧୁନିକ ଶୈଳୀର ସମ୍ବଲପୁରୀ ଗୀତ ‘ମତେ ଯିଏ ଏଫ୍‌ ବନେଇଥିଲା, ରସିଆପିଲା’ ଗୀତରେ ଅସୀମାଙ୍କ ପ୍ରଦର୍ଶନ ମଞ୍ଚ ଦୁଲୁକାଇଥିବା ବେଳେ ପୁରୁଣା ଗୀତ ‘ଏ ଫୁଲ କହ ଥରେ’ ଦର୍ଶକଙ୍କୁ ମଞ୍ଚ ତଳେ ବିମୋହିତ କରିଥିଲା। ମୁଣ୍ଡମୁହାଁଣ ଗ୍ରାମେଶ୍ବର ଯୁବ ପରିଷଦ ଆନୁକୂଲ୍ୟରେ ଆୟୋଜିତ ଏହି ରଜ ମହୋତ୍ସବରେ ଆଜି ମହିଳାମାନଙ୍କୁ ନେଇ ଦଉଡ଼ି ଡିଆଁ, ମ୍ୟୁଜିକ୍‌ ଚେୟାର୍‌ ଓ ଝୋଟି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଗାଁ ମେଳଣ ପଡ଼ିଆରେ ଚାଲିଥିବା ଏହି ମହୋତ୍ସବରେ ଦିନତମାମ୍ ବେଶ୍ ଗହଳଚହଳ ଲାଗି ରହିଥିଲା।

ସମ୍ବନ୍ଧିତ ଖବର