ବାଇକ୍‌ ଆରୋହୀଙ୍କ ଉପରେ ଚଢ଼ିଗଲା ହାଇୱା

ବାଲିଅନ୍ତା: ବାଲିଅନ୍ତା ଥାନା ଅଧୀନ ଟଙ୍କପାଣି ବ୍ରିଜ୍‌ ଉପରେ ଆଜି ପୂର୍ବାହ୍ନରେ ଏକ ଦୁଘର୍ଟଣାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ, ନିଆଳି ଥାନା ଅନ୍ତର୍ଗତ ଦିଘି ଗ୍ରାମର ବିଜୟ କୁମାର ଜେନା(୫୨)। ବିଜୟ ମଞ୍ଚେଶ୍ବର ଥାନା ଅଧୀନ ଚକେଇସିଆଣି ଅଞ୍ଚଳରେ ରୁହନ୍ତି। ଆଜି ସକାଳ ୧୦ଟାରେ ସେ ତାଙ୍କ ପୁଅକୁ ସ୍କୁଲରେ ଛାଡ଼ି ଘରକୁ ଫେରୁଥିବା ବେଳେ ଏହି ଅଘଟଣ ଘଟିଥିଲା। ଏହି ବ୍ରିଜ୍‌ ଉପରେ ବିପରୀତ ଦିଗରୁ ଆସୁଥିବା ଏକ ହାଇୱା ତାଙ୍କ ବାଇକ୍‌କୁ ଧକ୍କା ଦେଇ ଚଢ଼ି ଯାଇଥିଲା। ଖବର ପାଇ ସ୍ଥାନୀୟ ଲୋକଙ୍କ ସହାୟତାରେ ବାଳକାଟି ପୁଲିସ ବିଜୟଙ୍କୁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ବୋଲି ବାଳକାଟି ଫାଣ୍ଡି ଅଧିକାରୀ ଦେବେନ୍ଦ୍ର କୁମାର ସାହୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର