ଝାରପଡାରେ ପୂର୍ବ ଶତ୍ରୁତାରୁ ଗୁଳିମାଡ଼; ଯୁବକ ଗୁରୁତର, ମେଡିକାଲରେ ଭର୍ତ୍ତି

ଭୁବନେଶ୍ୱର: କିଛି ଦିନର ନିରବତା ପରେ ରାଜଧାନୀରେ ପୁଣି ଗର୍ଜିଛି ବନ୍ଧୁକ। ରାଜଧାନୀର ଝାରପଡ଼ା ଅଞ୍ଚଳରେ ଜଣେ ଯୁବକଙ୍କୁ ଅତର୍କିତ ଭାବେ ଗୁଳିମାଡ଼ ହୋଇଥିବା ସୂଚନା ମିଳିଛି। ଗୁଳିମାଡରେ ଯୁବକ ଜଣକ ଗୁରୁତର ଭାବେ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ଗୋଡରେ ଗୁଳି ବାଜିଥିବା ଜଣାଯାଇଛି।

ମିଳିଥିବା ସୂଚନା ଅନୁସାରେ, ଆଜି ଝାରପଡାର ଶିଖର ଜେନା ଓ ତାଙ୍କ ପୁଅ ରିଙ୍କୁ ଜେନାଙ୍କ ଉପରେ ଗୁଳିମାଡ଼ ହୋଇଛି। ଜଗନ୍ନାଥ ନଗର ଲେନ ୱାନ ସ୍ଥିତି ଏକ କଲ୍ୟାଣମଣ୍ଡପରେ ଭୋଜି ହେଉଥିବା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏହାପରେ ଦୁର୍ବୃତ୍ତମାନେ ଗୁଳିମାଡ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଗୁଳିମାଡରେ ଗୁରୁତର ଆହତ ଅବସ୍ଥାରେ ଯୁବକଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଗୋଡରେ ଗୁଳି ବାଜିଥିବା ସୂଚନା ମିଳିଛି। ଖବର ପାଇ ଘଟଣାସ୍ଥଳରେ ଲକ୍ଷ୍ମୀସାଗର ଥାନା ପୁଲିସ ପହଞ୍ଚି ତଦନ୍ତ ଜାରି ରଖିବା ସହ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଆରମ୍ଭ କରିଛି। ରାଜନୈତିକ ଶତ୍ରୁତାରୁ ଏହି ଗୁଳିମାଡ଼ ହୋଇଥିବା ସୂଚନା। ପୌର ନିର୍ବାଚନ ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିଲା ଗଣ୍ଡଗୋଳ।

ସମ୍ବନ୍ଧିତ ଖବର