ପ୍ରଶାନ୍ତି ବିହାରରେ ମକର ମିଳନ

ଭୁବନେଶ୍ୱର : ପ୍ରଶାନ୍ତି ବିହାର ଶିଖରେଶ୍ୱର ମନ୍ଦିର ପ୍ରାଙ୍ଗଣରେ ପ୍ରଶାନ୍ତି ବିହାର ଉନ୍ନୟନ ପରିଷଦ ଓ ମା’ ଶିଖରଚଣ୍ଡୀ ବରିଷ୍ଠ ନାଗରିକ ମଞ୍ଚର ମିଳିତ ଆନୁକୂଲ୍ୟରେ ମକର ଉତ୍ସବ ପାଳିତ ହୋଇଯାଇଛି। ଉନ୍ନୟନ ପରିଷଦର ସଭାପତି ପଦ୍ମଲୋଚନ ନାୟକଙ୍କ ସଭାପତିତ୍ୱରେ ଏହି ଉତ୍ସବ ପାଳନ କରାଯାଇଥିଲା। ମୁଖ୍ୟ ଅତିଥି ନିଖିଳ ଓଡ଼ିଶା ବରିଷ୍ଠ ନାଗରିକ ଫେଡେରସନ୍‌ର ସଭାପତି କୃପାସିନ୍ଧୁ ସାହୁ, ସମ୍ପାଦକ ଡ. ପି.କେ ଦାସ, ଇନ୍‌ଫୋାସିସ୍‌ ଥାନାର ଭାରପ୍ରାପ୍ତ ଅଫିସର୍‌ ବନିତା ମହାରାଣୀ, ଭୁବନେଶ୍ୱର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର ଏବଂ ମେୟର ଅନନ୍ତ ନାରାୟଣ ଜେନା ପ୍ରମୁଖ ଯୋଗ ଦେଇଥିଲେ। କଲୋନିର କିପରି ଉନ୍ନତି କରାଯିବ, ସେ ବିଷୟରେ ଆଲୋଚନା କରାଯାଇଥିଲା। ଶେଷରେ ଉନ୍ନୟନ ପରିଷଦର ସଂପାଦକ ହେମନ୍ତ କୁମାର ମିଶ୍ର ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର