ସ୍ବାସ୍ଥ୍ୟକେନ୍ଦ୍ରରେ ଔଷଧୀୟ ଉଦ୍ୟାନ

‘ସମ୍ବାଦ ସାହିତ୍ୟଘର’ର ବୃକ୍ଷରୋପଣ କାର୍ଯ୍ୟକ୍ରମ

ଭୁବନେଶ୍ୱର: ‘ସମ୍ବାଦ ସାହିତ୍ୟଘର’ ପକ୍ଷରୁ ଆଜି ଅପରାହ୍‌ଣରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପୋଖରୀପୁଟସ୍ଥିତ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ‘ସମ୍ବାଦ’ ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ। ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଏକ ଔଷଧୀୟ ବଗିଚା ନିର୍ମାଣ ଉଦ୍ଦେଶ୍ୟରେ ଏଠାରେ ଶତାଧିକ ଔଷଧୀୟ ଚାରା ରୋପଣ କରାଯାଇଥିଲା।

ଗ୍ରିନ୍‌ ୱାର୍ଲ୍ଡ ଟ୍ରଷ୍ଟ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ଲୋକଙ୍କ ସାମିଲ୍ ହେବା ଏକ ଭଲ ଲକ୍ଷଣ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ସମ୍ବାଦ ସାହିତ୍ୟଘର ରାଜ୍ୟ ସଂଯୋଜିକା ଶୁଭଶ୍ରୀ ଲେଙ୍କା, ଆମ ଓଡ଼ିଶା ସମ୍ପାଦକ ସ୍ବରାଜ ମିଶ୍ର, ସମ୍ବାଦର ମୁଖ୍ୟ ମହାପ୍ରବନ୍ଧକ (ବାର୍ତ୍ତା) ଅରବିନ୍ଦ ଦାସ, ଗ୍ରିନ୍‌ ୱାର୍ଲ୍ଡ ଟ୍ରଷ୍ଟ ଅଧ୍ୟକ୍ଷ ତଥା କର୍ପୋରେଟର ନୃପେଶ କୁମାର ନାୟକ, ପୂର୍ବତନ କର୍ପୋରେଟର ହୃଦୟ ବଲ୍ଲଭ ସାମନ୍ତରାୟ, ଉଚ୍ଚ ନ୍ୟାୟାଳୟ ଆଇନଜୀବୀ ସରୋଜ କୁମାର୍ ସାହୁ, ସମାଜସେବୀ ବନଜା ବାସିନୀ ତ୍ରିପାଠୀ, ସାମାଜିକ କର୍ମୀ ସୁଶାନ୍ତ ସାହୁ, ସବୁଜ ଘର ସଭାପତି ସତ୍ୟବ୍ରତ ଜେନା, ବିନାୟକ ମିଶ୍ର, ଦୀପ୍ତିମୟୀ ସେନାପତି, ସସ୍ମିତା ଦାସ, ରେଣୁପ୍ରଭା ପଣ୍ଡା, କଳ୍ପନା ଆଚାର୍ଯ୍ୟ, ବିଜୟ କୁମାର ପଟ୍ଟନାୟକ, ଭାସ୍କର ମହାପାତ୍ର, ସୁଦର୍ଶନ ମହାଳିକ, ଧ୍ରୁବଚରଣ ଜେନା, ଦିଗମ୍ବର ସାହୁ, ବିଶ୍ବଭୂଷଣ ହରିଚନ୍ଦନ, ଧୀରେନ୍ ଭୋଇ, ପ୍ରଶାନ୍ତ ଭୋଇ, ଧନଞ୍ଜୟ ମାହାରୀ, ସମୀର ନାୟକ, ଦେବରାଜ ପାତ୍ର, ଅମଲେନ୍ଦୁ ଶତପଥୀ, ବ୍ରଜକିଶୋର ସାହୁ, ଶେଷଦେବ ପାଲ, ପବିତ୍ର କୁମାର ସାହୁ, ବିଶ୍ୱଜିତ୍ ଦାସ, କେଶବ ପାଣି, ଅସିତ୍ ଶତପଥୀ, ସୌଭାଗ୍ୟ ଦାସ, ପପୁ ପାତ୍ର, ସତ୍ୟ ମହାନ୍ତି, ଚିକୁ ନାୟକ, ତ୍ରିଲୋଚନ ବେଉରା, ଦେବାଶିଷ ପଣ୍ଡା, ହରପ୍ରିୟା ପୃଷ୍ଟି, ଶୁଭ୍ରଜିତ୍ ବଳିୟାରସିଂହ, ଦେବବ୍ରତ ପଣ୍ଡା, ସରିତ୍‌ଦୀପ ଶତପଥୀଙ୍କ ସମେତ ପୋଖରୀପୁଟ ଅଞ୍ଚଳର ବହୁ ବରିଷ୍ଠ ନାଗରିକ, ମହିଳା ଓ ଯୁବକମାନେ ଉପସ୍ଥିତ ରହି ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଔଷଧୀୟ ବଗିଚା ପରିକଳ୍ପନାକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଥିଲେ। ସାମ୍ବାଦିକ ଲିଙ୍ଗରାଜ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର