ସାନ୍ତା କ୍ଲଜ ବେଶରେ ନାଚିଲେ, ଗାଇଲେ କୁନିକୁନି ପିଲା

ବଡ଼ଦିନ ଅବସରରେ ବ୍ରାଇଟ୍‌ ଏଞ୍ଜେଲ୍‌ ପାରାଡାଇଜ୍‌ ବିଦ୍ୟାଳୟରେ କାର୍ଯ୍ୟକ୍ରମ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ଥିବା ଚର୍ଚ୍ଚ ସମେତ ଅନ୍ୟ ସ୍ଥାନରେ ବଡ଼ଦିନ ପାଳିତ ହୋଇଯାଇଛି। ଏହି କ୍ରମରେ ସ୍ଥାନୀୟ ଚକେଇସିହାଣୀ ଗଣେଶବିହାରସ୍ଥିତ ବ୍ରାଇଟ୍‌ ଏଞ୍ଜେଲ୍‌ ପାରାଡାଇଜ୍‌ ସ୍କୁଲରେ ମଧ୍ୟ କୁନିକୁନି ପିଲାମାନଙ୍କ ପାଇଁ ‘ମେରି ଖ୍ରୀଷ୍ଟମାସ’ର ଆୟୋଜନ ହୋଇଛି। ଏହି କାର୍ଯ୍ୟକ୍ରମରେ କୁନିକୁନି ପିଲାମାନେ ସାନ୍ତା କ୍ଲଜ ବେଶରେ ସଂଗୀତର ତାଳେ ତାଳେ ନୃତ୍ୟ କରିଛନ୍ତି। ପବିତ୍ର ବଡ଼ଦିନ ଅବସରରେ ସ୍କୁଲ ପରିସରରେ ଗତ ଶୁକ୍ରବାର ଦିନ ଆୟୋଜିତ କାର୍ଯ୍ୟକ୍ରମରେ ପିଲାମାନେ ରାଇମ୍ସର ତାଳେତାଳେ ନୃତ୍ୟାଭିନୟ କରିଛନ୍ତି।

କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ପ୍ଲେ, ନର୍ସରି, ଏଲ୍‌କେଜି ଓ ୟୁକେଜି ଗ୍ରୁପର ଶିଶୁମାନଙ୍କ ସମେତ ଶିକ୍ଷୟିତ୍ରୀମାନେ ସାନ୍ତା  କ୍ଲଜ ବେଶରେ ବିଦ୍ୟାଳୟକୁ ଆସିଥିଲେ। ସୁସଜ୍ଜିତ ଖ୍ରୀଷ୍ଟମାସ୍‌ ଟ୍ରି ନିକଟରେ ନୃତ୍ୟାଭିନୟ କରିଥିଲେ। ଏହି ଅବସରରେ ବିଦ୍ୟାଳୟ ପକ୍ଷରୁ ପିଲାମାନଙ୍କୁ ଚକୋଲେଟ ଓ ଅନ୍ୟ ଉପହାର ପ୍ରଦାନ କରାଯାଇଥିଲା। ବିଦ୍ୟାଳୟର ନିର୍ଦ୍ଦେଶକ ଲକ୍ଷ୍ମୀନାରାୟଣ ପାଠୀ ଓ ଅଧ୍ୟକ୍ଷା ସୀମା ଶତପଥୀଙ୍କ ପ୍ରତକ୍ଷ୍ୟ ତତ୍ତ୍ବାବଧାନରେ ଶିକ୍ଷୟିତ୍ରୀ ମାମୁନୀ ପ୍ରଧାନ, ଅମ୍ବିକା ସ୍ବାଇଁ, ସୁପ୍ରିୟା ଦାଶ, ରଶ୍ମୀରେଖା ତ୍ରିପାଠୀ ଓ ଅଞ୍ଜଳି ବିଶ୍ବାଳ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର