ନନ୍ଦନକାନନ ବୁଲି ଆସି ପର୍ଯ୍ୟଟକ ନିଖୋଜ

ବାରଙ୍ଗ: ନନ୍ଦନକାନନ ବୁଲି ଆସି ଜଣେ ପର୍ଯ୍ୟଟକ ନିଖୋଜ ହୋଇଯାଇଛନ୍ତି। ଏନେଇ ନନ୍ଦନକାନନ ଥାନାରେ ଅଭିଯୋଗ ହୋଇଛି। ନିଖୋଜ ପର୍ଯ୍ୟଟକ କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅଞ୍ଚଳ ମାଳପାଟଣା ଗ୍ରାମର ହାଡିବନ୍ଧୁ ଲେଙ୍କା(୪୭)। ସେ ପରିବାର ସହ ଆସିଥିଲେ। ଫେରିବା ବେଳକୁ ମୁଖ୍ୟ ଫାଟକ ସମ୍ମୁଖରେ ମକା ଖାଉଥିଲେ।

ସେତିକିବେଳେ ଦୁଇଟି ଷଣ୍ଢ ଲଢ଼େଇ କରିଥିଲେ। ଭୟରେ ସମସ୍ତେ ‌ଏଣେତେଣେ ଦୌଡ଼ିଥିଲେ। ଏହାରି ଭିତରେ ସେ କେଉଁ ଆଡ଼େ ଚାଲିଯାଇଥିଲେ। ପରିବାର ଲୋକ ଖୋଜାଖୋଜି କରି ନ ପାଇବାରୁ ନନ୍ଦନକାନନ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପୁଲିସ ନନ୍ଦନକାନନର ସିସିଟିଭି ଫୁଟେଜ୍‌ ଯାଞ୍ଚ କରିବା ବେଳେ ମୁଖ୍ୟ ଫାଟକ ସିସିଟିଭି କାମ କରୁ ନଥିବା ଜଣାପଡ଼ିଛି। ନନ୍ଦନକାନନ ପରିସରରେ ଲାଗିଥିବା ମୋଟ ୫୫ଟି କ୍ୟାମେରାରୁ ମାତ୍ର ୧୦ଟି କାମ କରୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର