କମିସନରେଟ୍‌ରେ ଅଦଳବଦଳ : ବଦଳିଲେ ଟ୍ରାଫିକ୍‌ ଇନ୍ସପେକ୍ଟର

ଭୁବନେଶ୍ୱର : ଆଜି ସଂଧ୍ୟାରେ କମିସନରେଟ ପୁଲିସରେ ଏକ ଛୋଟ ଧରଣର ଅଦଳବଦଳ ହୋଇଛି। ଭୁବନେଶ୍ୱର ଟ୍ରାଫିକ୍‌ ଇନ୍ସପେକ୍ଟର ସୁରେନ୍ଦ୍ର ବଳଙ୍କର ବଦଳି କଟକ ମର୍କତନଗର ଥାନାକୁ ହୋଇଥିବା ବେଳେ ଭୁବନେଶ୍ୱର ଡିସିପି କାର୍ଯ୍ୟାଳୟରେ ଥିବା ଲ’ ଇନ୍ସପେକ୍ଟର ରଶ୍ମିରଂଜନ ସାହୁଙ୍କୁ ଟ୍ରାଫିକ୍‌ ଇନ୍ସପେକ୍ଟର ଦାୟିତ୍ୱ ମିଳିଛି। ମର୍କତନଗର ଥାନା ଇନ୍ସପେକ୍ଟର ଦେବେନ୍ଦ୍ର କୁମାର ବିଶ୍ୱାଳଙ୍କ ବଦଳି ଭୁବନେଶ୍ୱର ଶ୍ରୀଲିଙ୍ଗରାଜ ଥାନାକୁ ହୋଇଛି। ଶ୍ରୀଲିଙ୍ଗରାଜ ଥାନା ଇନ୍ସପେକ୍ଟର ଜନାର୍ଦନ ପାଢ଼ୀଙ୍କ ବଦଳି କଟକ ବାଦାମବାଡ଼ି ଥାନାକୁ ହୋଇଛି। ସେହିପରି ଲକ୍ଷ୍ମୀସାଗର ଥାନା ଇନ୍ସପେକ୍ଟର ଭରତ ସାହୁଙ୍କର ବଦଳି ରାଜ୍ୟ ମାନବାଧିକାର କମିସନ କାର୍ଯ୍ୟାଳୟକୁ ହୋଇଛି। ଲକ୍ଷ୍ମୀସାଗର ଥାନାରେ ଇନ୍ସପେକ୍ଟର ଦୟାନିଧି ନାୟକ ଯୋଗ ଦେବେ। ସେହିପରି ଅନ୍ୟ ଜିଲ୍ଲାରୁ କମିସନରେଟ୍‌ ପୁଲିସକୁ ଆସିଥିବା ଇନ୍ସପେକ୍ଟର ଅଞ୍ଜଳି ଛୋଟରାୟଙ୍କୁ କ୍ୟାପିଟାଲ ଥାନା ସହକାରୀ ଇନ୍ସପେକ୍ଟର ଭାବେ ନିଯୁକ୍ତି ମିଳିଛି। ବାଦାମବାଡ଼ି ଥାନା ଇନ୍ସପେକ୍ଟର ବିରଞ୍ଚି ନାରାୟଣ ପତିଙ୍କ ବଦଳି ଜଗତପୁର ଥାନାକୁ ହୋଇଛି। ଜଗତପୁର ଥାନା ଇନ୍ସପେକ୍ଟର ଅରୁଣ କୁମାର ବେଉରାଙ୍କ ବଦଳି କଟକ ଡିସିପିଙ୍କ କାର୍ଯ୍ୟାଳୟକୁ ହୋଇଛି। ସେହିପରି କ୍ୟାପିଟାଲ ଥାନାରେ ଏସ୍‌ଆଇ ଦୁର୍ଗାଚରଣ ମହାପାତ୍ର, ଏସ୍‌ଆଇ ଜମ୍ବେଶ୍ୱର ମୁଦୁଲିଙ୍କୁ ଶ୍ରୀ ଲିଙ୍ଗରାଜ ଥାନା, ଏସ୍‌ଆଇ ସୁବାସ ଚନ୍ଦ୍ର ମଲ୍ଲିକଙ୍କୁ ୪୨ ମୌଜା ଫାଣ୍ଡି, ଏସ୍‌ଆଇ ସଂଧ୍ୟା ଜେନାଙ୍କୁ ଚାଉଳିଗଞ୍ଜ ଥାନା, ଏଏସ୍‌ଆଇ ଗୀତାଞ୍ଜଳି ବେହେରାଙ୍କୁ ବାରଙ୍ଗ ଥାନା, ଏଏସ୍‌ଆଇ କ୍ଷୀତିଶ ତ୍ରିପାଠୀଙ୍କୁ କଟକ ସଦର ଥାନାରେ ନିଯୁକ୍ତି ମିଳିଛି। ଓପିଏସ୍‌ ଦେବେନ୍ଦ୍ର କୁମାର ପ୍ରଧାନଙ୍କୁ ପୁଲିସ କମିସନରଙ୍କ କାର୍ଯ୍ୟାଳୟ ଓ ଓପିଏସ୍‌ ଅତନୁ ରାଉତଙ୍କୁ ଭୁବନେଶ୍ୱର ଡିସିପିଙ୍କ କାର୍ଯ୍ୟାଳୟକୁ ବଦଳି ହୋଇଛି।

ସମ୍ବନ୍ଧିତ ଖବର