ଜନ୍ମମାଟିରେ ଭଗବତୀଙ୍କ ୧୧୦ତମ ଜୟନ୍ତୀ

‘ଭଗବତୀ ସ୍ମୃତି ସଦନ’ର ଶିଳାନ୍ୟାସ

ବାଲିପାଟଣା : ଓଡ଼ିଆ ସାହିତ୍ୟରେ ସାମ୍ୟବାଦୀ ଚିନ୍ତାଧାରାର ଭଗୀରଥ ତଥା ମହାନ୍‌ ସଂଗ୍ରାମୀ, ପ୍ରଗତିଶୀଳ ସାହିତ୍ୟିକ ଭଗବତୀ ଚରଣ ପାଣିଗ୍ରାହୀଙ୍କ ୧୧୦ତମ ଜନ୍ମ ଜୟନ୍ତୀ ତାଙ୍କ ଜନ୍ମମାଟି ବାଲିପାଟଣା ବ୍ଲକର ବିଶ୍ୱନାଥପୁରଠାରେ ପାଳିତ ହୋଇଯାଇଛି। ‘ଭଗବତୀ ସ୍ମୃତି ସଦନ’ର ଶିଳାନ୍ୟାସ ପର୍ବରୁ ଜୟନ୍ତୀ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ଆଜି ଅପରାହ୍ଣରେ ଭଗବତୀ ପାଣିଗ୍ରାହୀ ପ୍ରତିଷ୍ଠାନ ଓ ଜୟଦେବ ନାଗରିକ ପରିଷଦର ମିଳିତ ଉଦ୍ୟମରେ ବିଶ୍ୱନାଥପୁର କଲ୍ୟାଣ ମଣ୍ଡପ ପରିସରରେ ଏକ ସ୍ମୃତିଚାରଣ ସଭାର ଆୟୋଜନ କରାଯାଇଥିଲା। ରାଜ୍ୟ ଅର୍ଥ, ଅବକାରୀ ମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ସଭାପତିତ୍ୱରେ ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ଭାରତୀୟ ବାର୍‌ କାଉନ୍‌ସିଲର ପୂର୍ବତନ ଅଧ୍ୟକ୍ଷ ଜଗନ୍ନାଥ ପଟ୍ଟନାୟକ, ସିପିଆଇ(ଏମ୍‌)ର ସଂପାଦକ ମଣ୍ଡଳୀ ସଭ୍ୟ ସନ୍ତୋଷ ଦାସ ପ୍ରମୁଖ ତାଙ୍କ କ୍ରାନ୍ତିକାରୀ ଜୀବନୀର ସ୍ମୃତିଚାରଣ କରିଥିଲେ। ସଭାରେ ଖୋର୍ଧା ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସୁମିତ୍ରା ରାଉତରାୟ ମଞ୍ଚାସୀନ ଥିବାବେଳେ ଭଗବତୀଙ୍କ କନ୍ୟା ଚନ୍ଦ୍ରିକା ମହାପାତ୍ର ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ। ସମାଜସେବୀ ଦିଲ୍ଲୀପ କୁମାର ଓଝା ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର