ଖୋଲିଲା ‘ଟ୍ରାଇବ୍ସ ଇଣ୍ଡିଆ’ର ମେଗା ଆଉଟ୍‌ଲେଟ୍‌

ଭୁବନେଶ୍ୱର: ଆଦିବାସୀଙ୍କ ଦ୍ୱାରା ପ୍ରସ୍ତୁତ ଉତ୍ପାଦର ବିକ୍ରିବଟା ପାଇଁ ଖୋଲିଛି ‘ଟ୍ରାଇବ୍ସ ଇଣ୍ଡିଆ’ର ନିଜସ୍ୱ ଆଉଟ୍‌ଲେଟ୍‌। ଆଦିବାସୀ ମନ୍ତ୍ରାଳୟ ପକ୍ଷରୁ ଟ୍ରାଇଫେଡ୍‌ ଅଧୀନରେ ସତ୍ୟନଗରସ୍ଥିତ େଓ୍ଵଷ୍ଟ୍‍ସାଇଡ୍‌ ନିକଟରେ ଖୋଲିଥିବା ଏହି ଆଉଟ୍‌ଲେଟ୍‌କୁ କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ୍‌ ଓରାମ ଉଦ୍‌ଘାଟନ କରିଛନ୍ତି। ଓଡ଼ିଶାରେ ପ୍ରଥମ ଏବଂ ଭାରତର ଏହା ୧୦୦ତମ ଆଉଟ୍‌ଲେଟ୍‌। ଟ୍ରାଇବ୍ସ ଇଣ୍ଡିଆରେ ୫ହଜାର କିସମର ଦେଶୀୟ ଜିନିଷ ବିକ୍ରି ହେବାର ସୁବିଧା ରହିଥିବା ବେଳେ ଭୁବନେଶ୍ୱରର ଆଉଟ୍‌ଲେଟ୍‌ରେ ବହୁ ପାରମ୍ପରିକ ଆଦିବାସୀ ହସ୍ତକଳା, ପୋଷାକ, ଶାଢ଼ି, ଘରକରଣା ଓ ସାଜସଜା ସାମଗ୍ରୀ ଉପଲବ୍ଧ ହେଉଛି। ଏହା କେବଳ ଆଦିବାସୀଙ୍କ ଦ୍ୱାରା ନିର୍ମିତ ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ କିଣିବା ପାଇଁ ସୁଯୋଗ ସୃଷ୍ଟି କରୁନାହିଁ ବରଂ ଆଦିବାସୀ କଳାକାରଙ୍କ ପାଇଁ ସ୍ୱଚ୍ଛଳ ରୋଜଗାରର ମାଧ୍ୟମ ପାଲଟିଛି ବୋଲି ଟ୍ରାଇବାଲ୍‌ କୋ-ଅପରେଟିଭ୍‌ ମାର୍କେଟିଂ ଡେଭଲପ୍‌ମେଣ୍ଟ୍‌ ଫେଡେରେସନ୍‌ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ଟ୍ରାଇଫେଡ୍‌)ର ପରିଚାଳନା ନିର୍ଦେଶକ ପ୍ରବୀର କ୍ରିଷ୍ଣା କହିଛନ୍ତି।

ଆସନ୍ତା ଅକ୍ଟୋବର ମାସ ୩୦ ତାରିଖ ସୁଦ୍ଧା ପୁରୀ, କଟକ, ରାଉରକେଲାରେ ଆଉ ୩ଟି ଟ୍ରାଇବ୍ସ ଇଣ୍ଡିଆ ଆଉଟ୍‌ଲେଟ୍‌ ଖୋଲିବ ବୋଲି ପ୍ରବୀର କ୍ରିଷ୍ଣା କହିଛନ୍ତି। ଦେଶର ୨୭ଟି ରାଜ୍ୟର ପ୍ରାୟ ୧ଲକ୍ଷ ଶିଳ୍ପୀ ଏଥିରେ ସାମିଲ୍‌ ହୋଇଛନ୍ତି। ଅର୍ଗାନିକ୍‌ ଉତ୍ପାଦଠାରୁ ଆରମ୍ଭ କରି ଆଦିବାସୀ ଖାଦ୍ୟ, ଅଳଙ୍କାର, ହସ୍ତଶିଳ୍ପ ଆଦି ଉପଲବ୍ଧ ହେଉଥିବା ବେଳେ ସମସ୍ତ ଉତ୍ପାଦ ସମ୍ପୂର୍ଣ୍ଣ ଦେଶୀୟ। ଅନ୍ୟ ସ୍ଥାନରେ ମେସିନ୍‌ରେ ପ୍ରସ୍ତୁତ ଉତ୍ପାଦ ଉପଲବ୍ଧ ହେଉଥିବା ବେଳେ ଏଠାରେ ହାତରେ ପ୍ରସ୍ତୁତ କଳା ସାମଗ୍ରୀ ଓ ହସ୍ତତନ୍ତ ଉପଲବ୍ଧ ହେଉଛି। ତେଣୁ ଏଠାରୁ ଲୋକେ ବିନା ଦ୍ୱିଧାରେ ଉତ୍ପାଦ କ୍ରୟ କରିପାରିବେ। ଟ୍ରାଇବ୍ସ ଇଣ୍ଡିଆ ଆଉଟ୍‌ଲେଟ୍‌ ୧୦୦ କୋଟି ଟଙ୍କାର ବ୍ୟବସାୟ କରୁଥିବା ବେଳେ ଚଳିତ ବର୍ଷ ୫୦ କୋଟି ଟଙ୍କାର ବ୍ୟବସାୟ ଲକ୍ଷ୍ୟ ରଖାଯାଇଛି। ଏଥିରେ ଓଡ଼ିଶାର ସମସ୍ତ ଆଦିବାସୀ ହସ୍ତଶିଳ୍ପୀ, ହସ୍ତତନ୍ତ କାରିଗର ଏବଂ ଅନ୍ୟ ଶିଳ୍ପୀମାନେ ମଧ୍ୟ ସାମିଲ୍‌ ହୋଇପାରିବେ। ଜିନିଷର ଗୁଣବତ୍ତା ପରଖିବା ସହ ସେହି ଶିଳ୍ପୀମାନଙ୍କୁ ତାଲିମ୍‌ ଦେଇ ଉତ୍ପାଦ ପ୍ରସ୍ତୁତି ସମ୍ପର୍କରେ ସିଦ୍ଧ ହସ୍ତ କରାଯିବା ପରେ ସେମାନେ ଟ୍ରାଇବ୍ସ ଇଣ୍ଡିଆର ନେଟ୍‌ଓ୍ଵର୍କରେ ଅନ୍ତର୍ଭୁକ୍ତ ହୋଇପାରିବେ ବୋଲି ଶ୍ରୀ କ୍ରିଷ୍ଣା ସୂଚନା ଦେଇଛନ୍ତି।ଭୁବନେଶ୍ୱର,୧୫/୯(ଇମିସ): ଆଦିବାସୀଙ୍କ ଦ୍ୱାରା ପ୍ରସ୍ତୁତ ଉତ୍ପାଦର ବିକ୍ରିବଟା ପାଇଁ ଖୋଲିଛି ‘ଟ୍ରାଇବ୍ସ ଇଣ୍ଡିଆ’ର ନିଜସ୍ୱ ଆଉଟ୍‌ଲେଟ୍‌। ଆଦିବାସୀ ମନ୍ତ୍ରାଳୟ ପକ୍ଷରୁ ଟ୍ରାଇଫେଡ୍‌ ଅଧୀନରେ ସତ୍ୟନଗରସ୍ଥିତ େଓ୍ଵଷ୍ଟ୍‍ସାଇଡ୍‌ ନିକଟରେ ଖୋଲିଥିବା ଏହି ଆଉଟ୍‌ଲେଟ୍‌କୁ କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ୍‌ ଓରାମ ଉଦ୍‌ଘାଟନ କରିଛନ୍ତି। ଓଡ଼ିଶାରେ ପ୍ରଥମ ଏବଂ ଭାରତର ଏହା ୧୦୦ତମ ଆଉଟ୍‌ଲେଟ୍‌। ଟ୍ରାଇବ୍ସ ଇଣ୍ଡିଆରେ ୫ହଜାର କିସମର ଦେଶୀୟ ଜିନିଷ ବିକ୍ରି ହେବାର ସୁବିଧା ରହିଥିବା ବେଳେ ଭୁବନେଶ୍ୱରର ଆଉଟ୍‌ଲେଟ୍‌ରେ ବହୁ ପାରମ୍ପରିକ ଆଦିବାସୀ ହସ୍ତକଳା, ପୋଷାକ, ଶାଢ଼ି, ଘରକରଣା ଓ ସାଜସଜା ସାମଗ୍ରୀ ଉପଲବ୍ଧ ହେଉଛି। ଏହା କେବଳ ଆଦିବାସୀଙ୍କ ଦ୍ୱାରା ନିର୍ମିତ ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ କିଣିବା ପାଇଁ ସୁଯୋଗ ସୃଷ୍ଟି କରୁନାହିଁ ବରଂ ଆଦିବାସୀ କଳାକାରଙ୍କ ପାଇଁ ସ୍ୱଚ୍ଛଳ ରୋଜଗାରର ମାଧ୍ୟମ ପାଲଟିଛି ବୋଲି ଟ୍ରାଇବାଲ୍‌ କୋ-ଅପରେଟିଭ୍‌ ମାର୍କେଟିଂ ଡେଭଲପ୍‌ମେଣ୍ଟ୍‌ ଫେଡେରେସନ୍‌ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ଟ୍ରାଇଫେଡ୍‌)ର ପରିଚାଳନା ନିର୍ଦେଶକ ପ୍ରବୀର କ୍ରିଷ୍ଣା କହିଛନ୍ତି। ଆସନ୍ତା ଅକ୍ଟୋବର ମାସ ୩୦ ତାରିଖ ସୁଦ୍ଧା ପୁରୀ, କଟକ, ରାଉରକେଲାରେ ଆଉ ୩ଟି ଟ୍ରାଇବ୍ସ ଇଣ୍ଡିଆ ଆଉଟ୍‌ଲେଟ୍‌ ଖୋଲିବ ବୋଲି ପ୍ରବୀର କ୍ରିଷ୍ଣା କହିଛନ୍ତି। ଦେଶର ୨୭ଟି ରାଜ୍ୟର ପ୍ରାୟ ୧ଲକ୍ଷ ଶିଳ୍ପୀ ଏଥିରେ ସାମିଲ୍‌ ହୋଇଛନ୍ତି। ଅର୍ଗାନିକ୍‌ ଉତ୍ପାଦଠାରୁ ଆରମ୍ଭ କରି ଆଦିବାସୀ ଖାଦ୍ୟ, ଅଳଙ୍କାର, ହସ୍ତଶିଳ୍ପ ଆଦି ଉପଲବ୍ଧ ହେଉଥିବା ବେଳେ ସମସ୍ତ ଉତ୍ପାଦ ସମ୍ପୂର୍ଣ୍ଣ ଦେଶୀୟ। ଅନ୍ୟ ସ୍ଥାନରେ ମେସିନ୍‌ରେ ପ୍ରସ୍ତୁତ ଉତ୍ପାଦ ଉପଲବ୍ଧ ହେଉଥିବା ବେଳେ ଏଠାରେ ହାତରେ ପ୍ରସ୍ତୁତ କଳା ସାମଗ୍ରୀ ଓ ହସ୍ତତନ୍ତ ଉପଲବ୍ଧ ହେଉଛି। ତେଣୁ ଏଠାରୁ ଲୋକେ ବିନା ଦ୍ୱିଧାରେ ଉତ୍ପାଦ କ୍ରୟ କରିପାରିବେ। ଟ୍ରାଇବ୍ସ ଇଣ୍ଡିଆ ଆଉଟ୍‌ଲେଟ୍‌ ୧୦୦ କୋଟି ଟଙ୍କାର ବ୍ୟବସାୟ କରୁଥିବା ବେଳେ ଚଳିତ ବର୍ଷ ୫୦ କୋଟି ଟଙ୍କାର ବ୍ୟବସାୟ ଲକ୍ଷ୍ୟ ରଖାଯାଇଛି। ଏଥିରେ ଓଡ଼ିଶାର ସମସ୍ତ ଆଦିବାସୀ ହସ୍ତଶିଳ୍ପୀ, ହସ୍ତତନ୍ତ କାରିଗର ଏବଂ ଅନ୍ୟ ଶିଳ୍ପୀମାନେ ମଧ୍ୟ ସାମିଲ୍‌ ହୋଇପାରିବେ। ଜିନିଷର ଗୁଣବତ୍ତା ପରଖିବା ସହ ସେହି ଶିଳ୍ପୀମାନଙ୍କୁ ତାଲିମ୍‌ ଦେଇ ଉତ୍ପାଦ ପ୍ରସ୍ତୁତି ସମ୍ପର୍କରେ ସିଦ୍ଧ ହସ୍ତ କରାଯିବା ପରେ ସେମାନେ ଟ୍ରାଇବ୍ସ ଇଣ୍ଡିଆର ନେଟ୍‌ଓ୍ଵର୍କରେ ଅନ୍ତର୍ଭୁକ୍ତ ହୋଇପାରିବେ ବୋଲି ଶ୍ରୀ କ୍ରିଷ୍ଣା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର