ମିସ୍ ଇଣ୍ଡିଆ ମୁକୁଟ ପିନ୍ଧିଲେ ଓଡ଼ିଆ ଝିଅ ଶୁଭଶ୍ରୀ

ଚନ୍ଦ୍ରଶେଖରପୁର: ଡେରାଡୁନ୍‌ରେ ଜିରୋନ୍ ପ୍ରଡ୍‌କ୍ସନ୍ ହାଉସ୍‌ ଦ୍ୱାରା ଆୟୋଜିତ ମିସ୍ ଇଣ୍ଡିଆ-୨୦୨୧ ପ୍ରତିଯୋଗିତାରେ ବିଜୟ ମୁକୁଟ ପିନ୍ଧିଛନ୍ତି ଓଡ଼ିଆ ଝିଅ ଶୁଭଶ୍ରୀ ବେହେରା। ଭାରତର ବିଭିନ୍ନ ରାଜ୍ୟରୁ ୯୦ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ଶୁଭଶ୍ରୀ ଏହି ବିଜୟ ହାସଲ କରିଛନ୍ତି। ଭୁବନେଶ୍ବର ଶୈଳଶ୍ରୀବିହାର ଅଞ୍ଚଳର ଝିଅ ଶୁଭଶ୍ରୀ ବର୍ତ୍ତମାନ ମହର୍ଷି ମହିଳା ମହାବିଦ୍ୟାଳୟରେ ଯୁକ୍ତ ତିନି ପ୍ରଥମ ବର୍ଷରେ ପଢ଼ୁଛନ୍ତି।
ଏହି ପ୍ରତିଯୋଗିତା ପାଇଁ ଦେଶର ବିଭିନ୍ନ ଅଞ୍ଚଳରୁ ୫ ଶହରୁ ଅଧିକ ପ୍ରତିଯୋଗୀ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର