ତ୍ରୈମାସିକ ଅପରାଧ ସମୀକ୍ଷା: ଗୁଣାତ୍ମକ ତଦନ୍ତକୁ ଗୁରୁତ୍ବ

ଭୁବନେଶ୍ବର: ଆଜି କମିସନରେଟ୍‌ ପୁଲିସ ମୁଖ୍ୟାଳୟରେ ତ୍ରୈମାସିକ ଆପରାଧିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ପୁଲିସ କମିସନର‌ ସୌମେନ୍ଦ୍ର ପ୍ରିୟଦର୍ଶୀ ଅଫିସରମାନଙ୍କୁ ବିଭିନ୍ନ ପ୍ରସଙ୍ଗରେ ପରାମର୍ଶ ଦେବା ସହ ତାଗିଦ ମଧ୍ୟ କରିଛନ୍ତି। ଗୁଣାତ୍ମକ ତଦନ୍ତ ଓ ମହିଳାଙ୍କ ସୁରକ୍ଷାକୁ ଗୁରୁତ୍ବ ଦେବାକୁ ସେ କହିଛନ୍ତି। ହତ୍ୟା, ଦୁଷ୍କର୍ମ, ଡକାୟତି ଭଳି ସମ୍ବେଦନଶୀଳ ମାମଲାରେ ପୁଲିସ ଅଧିକ ଯତ୍ନବାନ ହୋଇ ଗୁଣାତ୍ମକ ତଦନ୍ତ କଲେ, ଅଭିଯୁକ୍ତ ଦଣ୍ଡ ପା‌ଇବାରୁ ଖସିପାରିବ ନାହିଁ। ୫ ବ‌ର୍ଷରୁ ଅଧିକ ପୁରୁଣା ମାମଲାକୁ ପ୍ରାଧାନ୍ୟ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଟ୍ରାଫିକ୍‌ ଏନ୍‌ଫୋର୍ସମେଣ୍ଟକୁ ମଧ୍ୟ ଗୁରୁତ୍ୱ ଦେବାକୁ ସେ କହିଛନ୍ତି। କୌଣସି ଗାଡ଼ି ଯଦି ୫ ଥର ନିୟମ ଭାଙ୍ଗେ, ତେବେ ସମ୍ପୃକ୍ତ ଗାଡ଼ି ମାଲିକଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରିବାକୁ କୁହାଯାଇଛି।

ଅପରପକ୍ଷେ ଦ୍ବୈତନଗରୀରେ ପୁଲିସ ସଫଳତା ପାଇଁ ସେ ଅଧିକାରୀଙ୍କୁ ପ୍ରଶଂସା ମଧ୍ୟ କରିଛନ୍ତି। ଅପରାଧ କମି ଥିବା ବେଳେ ଗୁଣାତ୍ମକ ତଦନ୍ତ ଯୋଗୁ ଦଣ୍ଡବିଧାନ ବଢ଼ିଛି। ଗତ ତିନି ମାସରେ କଟକ-ଭୁବନେଶ୍ବରରେ ୧୮ ମାମଲାରେ ଅଭିଯୁକ୍ତଙ୍କୁ ଦଣ୍ଡ ବିଧାନ ହୋଇଛି। କେବଳ ସହିଦନଗର ଥାନାରେ ୪ ମାମଲାରେ ଅଭିଯୁକ୍ତଙ୍କୁ ଦଣ୍ଡ ବିଧାନ ‌ହୋଇଛି। ଗତ ଦୁଇ ବର୍ଷରେ ୧୦ ହଜାରରୁ ଊର୍ଧ୍ବ ଆପରାଧିକ ମାମଲାର ତଦନ୍ତ ଶେଷ ହୋଇଛି। ବୈଠକରେ ଅତିରିକ୍ତ ପୁଲିସ କମିସନରେ ଉମାଶଙ୍କର ଦାଶ, ଡିସିପି ପ୍ରତୀକ ସିଂ, ଡିସିପି ପିନାକ ମିଶ୍ର, ବିଭିନ୍ନ ଜୋନ ଏସିପି ଓ ଆଇଆଇସିମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର