ସାଲିଆ ସାହିରେ ସମୀର ଗ୍ୟାଙ୍ଗ୍‌ର ଆତଙ୍କ: ମହିଳାଙ୍କ ଆଖି ଫଟାଇ ଲୁଟିନେଲା ୧୭ ହଜାର

ଭୁବନେଶ୍ବର : ଜେଲ୍‌ରୁ ଜାମିନ୍‌ରେ ଆସି କୁଖ୍ୟାତ୍ ଅପରାଧୀ ସମୀର ସାହୁ ପୁଣି ସାଲିଆସାହିରେ ଆତଙ୍କ ଖେଳାଇଛି। ଶୁକ୍ରବାର ଦିନ ବନିତା ସାହୁଙ୍କୁ ମାଡ଼ ମାରି ୧୭ ହଜାର ଟଙ୍କା ଲୁଟି ନେଇଛି। ସମୀର ଆକ୍ରମଣରେ ବନିତାଙ୍କର ବାମ ଆଖି ଡୋଳାରେ ଆଘାତ ଲାଗିଛି। ଥାନାରେ ଅଭିଯୋଗ କଲେ ସେ ତାଙ୍କୁ ଓ ତାଙ୍କ ସ୍ବାମୀଙ୍କୁ ହତ୍ୟା କରିବ ବୋଲି ଧମକ ଦେଇଥିବା ବନିତା ଏତଲାରେ ଉଲ୍ଲେଖ କରିଛନ୍ତି। ଶୁକ୍ରବାର ଦିନ ପ୍ରାୟ ୧ଟା ବେଳେ ବନିତା ସ୍ବୟଂସହାୟକ ଗୋଷ୍ଠୀର ୧୭ ହଜାର ଟଙ୍କା ବ୍ୟାଙ୍କରେ ଡିପୋଜିଟ୍‌ କରିବାକୁ ଯାଉଥିଲେ। ସମୀର ଓ ତା’ର କିଛି ସହଯୋଗୀ ଆସି ତାଙ୍କୁ ମାଡ଼ ମାରି ଟଙ୍କା ବ୍ୟାଗ୍‌ ଝାମ୍ପି ନେଇଥିଲା।

ସୂଚାନଯୋଗ୍ୟ, ସମୀର ନାଁ’ରେ ବିଭିନ୍ନ ଥାନାରେ ଚୋରି, ଲୁଟପାଟ୍, ଡକାୟତି, ରାହାଜାନି ଭଳି ଅନେକ ସଙ୍ଗିନ୍‌ ମାମଲା ରହିଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର