ବରିଷ୍ଠ ସାମ୍ବାଦିକ ବୈଷ୍ଣବ ଜେନାଙ୍କ ପରଲୋକ

ଭୁବନେଶ୍ବର: ବରିଷ୍ଠ ସାମ୍ବାଦିକ ବୈଷ୍ଣବ ଜେନାଙ୍କର ପରଲୋକ ହୋଇଛି। ଆଜି ଭୋର ସମୟରେ ରାଜଧାନୀରେ ଥିବା ସରକାରୀ କ୍ବାର୍ଟରରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା। ସ୍ବର୍ଗତଃ ଜେନା ‘ପ୍ରଭାତଜ୍ୟୋତି’ରୁ ସାମ୍ବାଦିକତା ଜୀବନ ଆରମ୍ଭ କରିଥିଲେ। ଏହାପରେ ସେ ଦୀର୍ଘ ବର୍ଷ ଧରି ‘ସ୍ବାଭିମାନ’, ‘ମାତୃଭାଷା’ , ‘ନ୍ୟାୟବତୀ’ ଓ ‘ଶ୍ରୁତି’ ଭଳି ଦୈନିକ ସମ୍ବାଦପତ୍ରରେ କାର୍ଯ୍ୟ କରିଥିଲେ।

ତାଙ୍କର ଧର୍ମପତ୍ନୀ, ଦୁଇ ପୁଅ ଅଛନ୍ତି। ନିଜର ପୈତୃକ ଗାଁ ଯାଜପୁର ଜିଲ୍ଲାର ମନ୍ଦାରି ପଞ୍ଚାୟତ ବେଞ୍ଜରାପୁର ଗ୍ରାମରେ ବୈଷ୍ଣବ ଜେନାଙ୍କର ଶେଷକୃତ୍ୟ କରାଯିବ ବୋଲି ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ତାଙ୍କ ବିୟୋଗରେ ଓଡ଼ିଶାର ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧିତ ଖବର