ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ନିର୍ବାଚନ ପ୍ରଚାର ଶୁଭାରମ୍ଭ କଲେ ମନ୍ତ୍ରୀ

ଭୁବନେଶ୍ବର: ବିଜୁ ଜନତା ଦଳର ୨୯ ନଂ. ଜୋନ୍‌ ଜିଲ୍ଲା ପରିଷଦ ପ୍ରାର୍ଥୀ ସୁବାସ କୁମାର ସୁନ୍ଦରାୟଙ୍କ ନିର୍ବାଚନ ପ୍ରଚାରକୁ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଶୁଭାରମ୍ଭ କରିଛନ୍ତି। ସାମନ୍ତରାପୁର ଗଙ୍ଗୁଆ ବ୍ରିଜ୍ ନିକଟସ୍ଥ ମହାବୀରନଗର ଶିଶୁପାଳଗଡ଼ ଗ୍ରାମ ପଞ୍ଚାୟତରୁ ଆରମ୍ଭ ହୋଇଥିବା ପ୍ରଚାରରେ ସାଂସଦ ମୁନା ଖାଁ, ଖୋର୍ଦ୍ଧା ଜିଲ୍ଲା ବିଜେଡି ସଭାପତି ବିଭୂତି ଭୂଷଣ ବଳବନ୍ତରାୟ, ଜିଲ୍ଲା ବିଜେଡି ସଭାନେତ୍ରୀ ବିଜୟଲକ୍ଷ୍ମୀ ମହାପାତ୍ର, ଯୁବ ସଭାପତି ସମରେଶ ବେଉରିଆ, ବରିଷ୍ଠ ନେତା ସନ୍ତୋଷ ମହାନ୍ତି, ଦୁଃଶାସନ ସ୍ୱାଇଁ, କୈଳାସ ଜେନା, ରାଜେନ୍ଦ୍ର ସମର୍ଥା, ବିରଞ୍ଚି ନାରାୟଣ ମହାସୁପକାର ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର