ପଦ୍ମନାଭଙ୍କୁ ବଡ଼ଗଡ଼, ଆକାଶ ଗଲେ ଖଣ୍ଡଗିରି

ଇନ୍ସପେକ୍ଟରଙ୍କସ୍ତରରେ ଅଦଳବଦଳ

ଭୁବନେଶ୍ୱର : ଏସ୍‌ଆଇରୁ ଇନ୍ସପେକ୍ଟର ହୋଇଥିବା କେତେକ ଅଫିସରଙ୍କୁ ଆଜି ଆଡିସ୍‌ନାଲ ଇନ୍ସପେକ୍ଟର ଦାୟିତ୍ୱ ମିଳିଥିବାବେଳେ କେତେକ ଆଡିସନାଲ ଇନ୍ସପେକ୍ଟରଙ୍କୁ ଥାନା ଦାୟିତ୍ୱ ମିଳିଛି। ଏହା ଛଡ଼ା ଇନ୍ସପେକ୍ଟରସ୍ତରରେ ଏକ ଛୋଟିଆ ଅଦଳବଦଳ ହୋଇଛି।

ମିଳିଥିବା ସୂଚନା ମୁତାବକ, ଧଉଳି ଥାନା ଇନ୍ସପେକ୍ଟର ଭାବେ ଜୟଦେବ ବିଶ୍ୱଜିତଙ୍କୁ ଦାୟିତ୍ୱ ମିଳିଛି। ଚନ୍ଦକା ଥାନା ଇନ୍ସପେକ୍ଟର ପଦ୍ମାନାଭ ପ୍ରଧାନଙ୍କ ବଦଳି ବଡ଼ଗଡ଼ ଥାନାକୁ ହୋଇଛି। କ୍ୟାପିଟାଲ ଥାନାର ଆଡିସନାଲ୍‌ ଇନ୍ସପେକ୍ଟର ସୁନୀଲ କୁମାର ବେହେରାଙ୍କୁ ଚନ୍ଦକା ଥାନା ଇନ୍ସପେକ୍ଟର ଭାବେ ବଦଳି କରାଯାଇଛି। ଖଣ୍ଡଗିରି ଥାନା ଆଡିସନାଲ୍‌ ଇନ୍ସପେକ୍ଟର ସୀତାଂଶୁ କୁମାର ମାନ୍‌ଧାତାଙ୍କୁ ତମାଣ୍ଡୋ ଥାନା ଇନ୍ସପେକ୍ଟର ଦାୟିତ୍ୱ ପ୍ରଦାନ କରାଯାଇଛି।

ସେହିପରି ଏସ୍‌ଆଇରୁ ଇନ୍ସପେକ୍ଟର ହୋଇଥିବା ଆକାଶ ଚନ୍ଦ୍ର ରଣାଙ୍କୁ ଖଣ୍ଡଗିରି ଥାନାର ଆଡିସନାଲ୍‌ ଇନ୍ସପେକ୍ଟର ଭାବେ ବଦଳି କରାଯାଇଛି। ଖାରବେଳନଗର ଥାନା ମନୋଜ ସ୍ୱାଇଁ(ଏସ୍‌ଆଇରୁ ଇନ୍ସପେକ୍ଟର ପଦୋନ୍ନତି ପାଇଥିବା)ଙ୍କୁ ସେହି ଖାରବେଳନଗର ଥାନାର ଆଡିସନାଲ ଇନ୍ସପେକ୍ଟର ଭାବେ ନିଯୁକ୍ତି ଦିଆଯାଇଛି। ଅନ୍ୟ ଜିଲ୍ଲାରୁ ବଦଳି ହୋଇ ଆସିଥିବା ଇନ୍ସପେକ୍ଟର ରଶ୍ମିତା ଜେନାଙ୍କୁ କମିସନରେଟ ପୁଲିସ ମୁଖ୍ୟାଳୟରେ ନିଯୁକ୍ତି ମିଳିଛି।

କଟକରେ ବାଦାମବାଡ଼ି ଥାନା ଆଡିସନାଲ ଇନ୍ସପେକ୍ଟର ମନୋଜ ରୋସନ ବିଲୁଙ୍ଗ୍‌ଙ୍କୁ କଟକ ଟ୍ରାଫିକ୍‌ ଇନ୍ସପେକ୍ଟର ଭାବେ ନିଯୁକ୍ତି ମିଳିଛି। କ୍ୟାଣ୍ଟନମେଣ୍ଟ ଥାନା ଇନ୍ସପେକ୍ଟର ବିଶ୍ୱିଜତ ମହାନ୍ତି ଲାଲବାଗ ଥାନା ଇନ୍ସପେକ୍ଟର ଭାବେ ବଦଳି ହୋଇଛନ୍ତି। କ୍ୟାଣ୍ଟନମେଣ୍ଟ ଥାନା ଆଡିସନାଲ ଇନ୍ସପେକ୍ଟର ପରମାନନନ୍ଦ ନାୟକଙ୍କୁ ଦରଘାବଜାର ଥାନା ଇନ୍ସପେକ୍ଟର ଭାବେ ବଦଳି କରାଯାଇଛି। ଦରଘାବଜାର ଥାନା ଇନ୍ସପେକ୍ଟର ରମେଶ କୁମାର ମହାନାଙ୍କୁ କ୍ୟାଣ୍ଟନମେଣ୍ଟ ଥାନା ଇନ୍ସପେକ୍ଟର ଭାବେ ନିଯୁକ୍ତି ମିଳିଛି। କଟକ ମହିଳା ଥାନାର ଆଡିସନାଲ ଇନ୍ସପେକ୍ଟର ଟେରେସ୍କୋଭା ମହାପାତ୍ରଙ୍କୁ ମଧୁପାଟଣା ଥାନା ଇନ୍ସପେକ୍ଟର ଭାବେ ବଦଳି କରାଯାଇଛି। କଟକ ଡିସିପିଙ୍କ କାର୍ଯ୍ୟାଳୟରେ ଥିବା ଇନ୍ସପେକ୍ଟର ରୀନା ଦାସଙ୍କୁ ବାଦାମବାଡ଼ି ଥାନା ଆଡିସନାଲ ଇନ୍ସପେକ୍ଟର ଭାବେ ନିଯୁକ୍ତି ଦିଆଯାଇଛି।

ଏହାପରେ ବି ଆଉ ୭ଟି ଇନ୍ସପେକ୍ଟର ପଦବି ଖାଲି ପଡ଼ିଛି। ତେଣୁ ଏଭଳି ପରିସ୍ଥିତିରେ କମିସନରେଟ୍‌ ପୁଲିସର ଥାନା ବାବୁ କିଏ ହେବ ତାକୁ ନେଇ ଆଲୋଚନା ଲାଗି ରହିଛି। ଉମାକାନ୍ତ ପ୍ରଧାନ, ଦୟାନିଧି ନାୟକ, ବନିତା ମାଝୀ, ଅଞ୍ଜଳି ଛୋଟରାୟ, ଅନିତା ସାହୁ, ଲୋକେଶ୍ୱର ସାହୁ ପ୍ରମୁଖ ଇନ୍ସପେକ୍ଟରଙ୍କ କମିସନରେଟ୍‌ ପୁଲିସରେ ଖୁବ୍‌ ଶୀଘ୍ର ଯୋଗ ଦେବାକୁ ଆସୁଛନ୍ତି।

ସମ୍ବନ୍ଧିତ ଖବର