ଡିସେମ୍ବର ୨୨ରେ ୟୁନିଟ୍‌-୯ ବାଳିକା ଉଚ୍ଚବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ

ଭୁବନେଶ୍ୱର,: ୟୁନିଟ-୯ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଆସନ୍ତା ଡିସେମ୍ବର ୨୨ ତାରିଖରେ ପାଳନ କରାଯିବ। ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ଡ. ଏସ.ସି ଜମିର ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଆଜି ବିଦ୍ୟାଳୟ ପକ୍ଷରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ପ୍ରଦାନ କରାଯାଇଛି। ସୁବର୍ଣ୍ଣ ଜୟନ୍ତୀ କମିଟି ଆବାହିକା ତଥା ପ୍ରଧାନ ଶିକ୍ଷୟତ୍ରୀ ପ୍ରଭାମୟୀ ନନ୍ଦ କହିଛନ୍ତି, ୧୯୬୭ ମସିହାରୁ ଆରମ୍ଭ କରି ୨୦୧୬ ପର୍ଯ୍ୟନ୍ତ ଏହି ବିଦ୍ୟାଳୟରେ ଶିକ୍ଷା ଲାଭ କରିଥିବା ପ୍ରାୟ ପାଞ୍ଚ ହଜାରରୁ ଅଧିକ ପୁରାତନ ଛାତ୍ରଛାତ୍ରୀ ଉତ୍ସବରେ ଯୋଗ ଦେବା ଆଶା କରାଯାଉଛି। ଶହେରୁ ଅଧିକ ପୁରାତନ ଶିକ୍ଷକ, ଶିକ୍ଷୟତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯିବ। ଏହି କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ୯୪୩୭୦୨୩୧୫୦/୯୮୬୧୦୧୪୯୪୧ ନମ୍ବରରେ ଯୋଗଯୋଗ କରିବାକୁ ନିବେଦନ କରାଯାଇଛି। କମିଟିର ସଭାପତି ଶୁଭଶ୍ରୀ ଦାସ, ସମ୍ପାଦିକା ବବିତା ମହାନ୍ତି, ସବିତା ରାଉତରାୟ, ଅମିୟବାଳା ପରିଡ଼ା, ଚୁମୁକି ଘୋଷାଲ, ପୁଷ୍ପିତା ମିଶ୍ର, ରଶ୍ମିରେଖା ମିଶ୍ର ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର