ଜି-ସାର୍ଥକର ‘ସାରେଗାମାପା-ସ୍ୱରର ମହାମଞ୍ଚ’; ଗାଲା ରାଉଣ୍ଡକୁ ୧୨ ପ୍ରତିଯୋଗୀ ମନୋନୀତ

ଭୁବନେଶ୍ୱର: ଜି-ସାର୍ଥକରେ ପ୍ରସାରିତ ଲୋକପ୍ରିୟ ସଂଗୀତଭିତ୍ତିକ ରିଅଲିଟି ସୋ’ ‘ସାରେଗାମାପା-ସ୍ବରର ମହାମଞ୍ଚ’ ଗାଲା ରାଉଣ୍ଡ‌ରେ ପ୍ରବେଶ କରିଛି। ଏହି ରାଉଣ୍ଡକୁ ୧୨ଜଣ ପ୍ରତିଯୋଗୀ ମନୋନୀତ ହୋଇଛନ୍ତି। ଏ ସଂପର୍କରେ ଜି-ସାର୍ଥକର ବିଜନେସ୍ ମୁଖ୍ୟ ଅର୍ଘ୍ୟରୟ ଚୌଧୁରୀ କହିଛନ୍ତି, ଏହି ରିଅଲିଟି ସୋ’ ବେଶ୍‍ ଲୋକପ୍ରିୟ ହୋଇସାରିଛି। ଗାଲା ରାଉଣ୍ଡ ପାଇଁ ଚୟନ ହୋଇଥିବା ଶ୍ରେଷ୍ଠ ୧୨ଜଣ ପ୍ରତିଯୋଗୀ ଅତ୍ୟନ୍ତ ପ୍ରତିଭାସଂପନ୍ନ।

ସଂଗୀତ ନିର୍ଦ୍ଦେଶକ ଗୁଡ୍‍ଲି ରଥ କହିଛନ୍ତି, ଏହି ଯୁବ ପ୍ରତିଭାମାନେ ଶ୍ରେଷ୍ଠ ୧୨ଜଣଙ୍କ ମଧ୍ୟରେ ସ୍ଥାନ ପାଇବାକୁ କଠିନ ପରିଶ୍ରମ କରିଛନ୍ତି। ଆଗାମୀ ଦିନରେ ସେମାନଙ୍କଠାରୁ ଆଉ କିଛି ଭିନ୍ନ ଓ ସ୍ୱତନ୍ତ୍ର ପ୍ରଦର୍ଶନ ଦେଖିବାକୁ ଆଶା ଅଛି। ସୂଚନାଯୋଗ୍ୟ, ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହେବାକୁ ଏହି ୧୨ ପ୍ରତିଯୋଗୀ ପୁନଶ୍ଚ ବିଭିନ୍ନ ରାଉଣ୍ଡରେ ପ୍ରଦର୍ଶନ ଓ ପ୍ରତିଦ୍ୱନ୍ଦ୍ୱିତା କରିବେ। ଚମତ୍କାର ପ୍ରଦର୍ଶନ ପାଇଁ ସେମାନଙ୍କୁ ‘ଗୋଲ୍‍ଡେନ ଗିଟାର ପରଫରମାନ୍ସ’ ସ୍ୱୀକୃତି ମିଳିବା ବେଳେ ପ୍ରତି ଅଧ୍ୟାୟରେ ସେହି ଦିନର ଏବଂ ସପ୍ତାହର ଜଣେ ପ୍ରଦର୍ଶନକାରୀଙ୍କୁ ମଧ୍ୟ ସ୍ୱୀକୃତି ପ୍ରଦାନ କରାଯିବ।

ସମ୍ବନ୍ଧିତ ଖବର