ରାତି ପାହିଲେ କ୍ଷେତକୁ ଅକ୍ଷୀମୁଠି ନେବ ଚଷା ଭାଇ; ଅକ୍ଷୟ ତୃତୀୟା ବିଷୟରେ ଏହି ସବୁ କଥା ଜାଣନ୍ତି କି?
ଅକ୍ଷୟ ତୃତୀୟା ବର୍ଷର ୪ଟି ଅତ୍ୟନ୍ତ ଶୁଭଙ୍କର ଦିନ ମଧ୍ୟରୁ ଅନ୍ୟତମ। ଅର୍ଥାତ ଏହି ଦିନରେ ବିନା କୌଣସି ଶୁଭ ମୁହୂର୍ତ୍ତରେ କେଉଁ ବି ସମୟରେ ଯେକୌଣସି ମାଙ୍ଗଳିକ କାର୍ଯ୍ୟ ସମ୍ପାଦନା କରାଯାଇପାରେ। ବିବାହ, ବ୍ରତ, ଗୃହପ୍ରବେଶ ଆଦି ସମସ୍ତ ମାଙ୍ଗଳିକ କାର୍ଯ୍ୟ ପାଇଁ ଅକ୍ଷୟ ତୃତୀୟା ଅତ୍ୟନ୍ତ ଶୁଭଙ୍କର। ଚଳିତବର୍ଷ ମେ ୩, ଅର୍ଥାତ ଆସନ୍ତାକାଲି ଏହି ଶୁଭଦିନଟି ପଡୁଛି। ଏହି ଦିନରେ ଲୋକେ ସୁନା, ରୂପା, ଜାଗା, ଘର, ଗାଡ଼ି ଆଦି କିଣିବାକୁ ଅତ୍ୟନ୍ତ ଶୁଭ ବୋଲି ମାନିଥାନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ଅକ୍ଷୟ ତୃତୀୟାକୁ କେବଳ ହିନ୍ଦୁ ଧର୍ମାବିଲମ୍ବୀ ନୁହଁନ୍ତି ବରଂ ଜୈନ୍ ଧର୍ମର ଲୋକେ ବି ବହୁତ ମାନିଥାନ୍ତି। ଏହି ଦିନ କିଛି ବି ନୂଆ କାମ କରିବା ଶୁଭଙ୍କର ହୋଇଥାଏ। ଏହି ଦିନକୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ପୌରାଣିକ କାହାଣୀ ରହିଛି। ବିଶ୍ବାସ ରହିଛି ଯେ ସତ୍ୟ ଏବଂ ତ୍ରେତେୟା ଯୁଗର ଆରମ୍ଭ ଏହି ଦିନରେ ହୋଇଥିଲା ଓ ଦ୍ବାପର ଯୁବର ଶେଷ ବି ଏହି ଦିନ ହୋଇଥିଲା। ଭଗବାନ ବିଷ୍ଣୁଙ୍କ ନରନାରାୟଣ ଅବତାର ଓ ପର୍ଶୁରାମଙ୍କ ଧରା ଅବତରଣ ବି ଏହି ତିଥିରେ ହୋଇଥିଲା ବୋଲି ବିଶ୍ବାସ ରହିଛି।
ଅକ୍ଷୟ ତୃତୀୟା ଦିନ ଚଷା ଭାଇ ଅକ୍ଷୀମୁଠି ଧରି କ୍ଷେତକୁ ଯାଇଥାନ୍ତି। ସେଠାରେ ଅକ୍ଷୀମୁଠି ଅନୁକୂଳ କରି ଚାଷ କାର୍ଯ୍ୟ ଆରମ୍ଭ କରିଥାନ୍ତି। ଅକ୍ଷୟ ତୃତୀୟାରେ କ୍ଷେତ ପୂଜା ହେବା ପରେ ହିଁ ଚଷା ଭାଇ ଚାଷ କରିବା ବିଶ୍ବାସ ରହିଛି ଆମ ହିନ୍ଦୁ ଧର୍ମରେ।