ସ୍ବର୍ଗତ ବନମାଳୀ ଦାସ ଥିଲେ ଜଣେ ଦରଦୀ ଶ୍ରମିକ ନେତା: ସୌମ୍ୟରଂଜନ

ଚୌଦ୍ୱାର: ବିଶ୍ୱ ଶ୍ରମିକ ଦିବସ ଅବସରରେ ବିଶିଷ୍ଟ ଶ୍ରମିକ ନେତା ତଥା ସ୍ୱାଧୀନତା ସଂଗ୍ରାମୀ ସ୍ବର୍ଗତ ବନମାଳୀ ଦାସଙ୍କ ପ୍ରତିମୂର୍ତ୍ତି ଚୌଦ୍ୱାରରେ ଉନ୍ମୋଚିତ ହୋଇଯାଇଛି। ଓଟିଏମ କୋ ଅପରେଟିଭ ଷ୍ଟୋର ପରିସରରେ ଆୟୋଜିତ ସମାରୋହରେ ‘ସମ୍ବାଦ‘ ସମ୍ପାଦକ, ଆମ ଓଡ଼ିଶା ଅଧ୍ୟକ୍ଷ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଲୋକସେବକ ମଣ୍ଡଳ ଓଡ଼ିଶା ଶାଖା ଅଧ୍ୟକ୍ଷ ଓ ‘ସମାଜ’ର ପ୍ରକାଶକ ନିରଞ୍ଜନ ରଥ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। ଏଥିରେ କଟକ ମେୟର ସୁବାସ ସିଂ, ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ, ପୂର୍ବତନ ବିଧାୟକ ପ୍ରଭାତ ରଂଜନ ବିଶ୍ୱାଳ ଓ ହିନ୍ଦ ସେବକ ସଂଘର ସଭାପତି ଦାମୋଦର ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।


ସ୍ବର୍ଗତ ବନମାଳୀ ଦାସ ଜଣେ ଦରଦୀ ଶ୍ରମିକ ନେତା ଥିଲେ ଓ ସେମାନଙ୍କ ସୁଖଦୁଃଖର ସାଥୀ ଭାବରେ ଆଜୀବନ ସେବା କରିଆସିଥିଲେ ବୋଲି ସୌମ୍ୟରଂଜନ ପଟ୍ଟନାୟକ କହିଥିଲେl ଏହି ସଭାରେ ବରିଷ୍ଠ ଆଇନୀଜୀବୀ ମିଲନ କାନୁନଗୋ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିବା ବେଳେ ଚୌଦ୍ୱାର ପୌରାଧ୍ୟକ୍ଷା ମାନସୀ ସ୍ଵର୍ଣ୍ଣପ୍ରଭା ସାମଲ ଓ ଉପ ନଗରପାଳ ଶୁଭେନ୍ଦୁ ସାମଲଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା।
ବନମାଳୀ ଦାସ ସ୍ମୃତି ପରିଷଦ ପକ୍ଷରୁ ଆୟୋଜିତ ଏହି ଉତ୍ସବକୁ ଚୌଦ୍ୱାର ସାହିତ୍ୟ ସଂସଦର ବିଶ୍ୱକଲ୍ୟାଣ ଦାସ ଓ ‘ଝୁମୁକା’ର ସମ୍ପାଦକ ମାନସ ରଞ୍ଜନ ସାମଲ ପରିଚାଳନା କରିଥିବାବେଳେ ଦିବ୍ୟଜ୍ୟୋତି ପାଣି ସ୍ବାଗତ ଭାଷଣ ଓ ସୁଜାତା ଦାସ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର