କାର୍‌ ମାଡ଼ରେ ସାଇକେଲ୍‌ ନୁହେଁ, ସାଇକେଲ ମାଡ଼ରେ ଭାଙ୍ଗିଲା କାର୍‌; ଦେଖନ୍ତୁ ଭିଡିଓ

ବେଜିଂ: ଅନେକ ସମୟରେ ୟୁଟ୍ୟୁବ୍‌ରେ ବହୁ ମଜାଦାର ଭିଡିଓ ସବୁ ଦେଖିବାକୁ ମିଳିଥାଏ। ସେହିପରି ଚୀନର ଏକ ଭିଡିଓ ଏବେ ଇଣ୍ଟର୍‌ନେଟ୍‌ରେ ବେଶ୍‌ ଚର୍ଚ୍ଚା ପାଲଟିବାରେ ଲାଗିଛି। ଭିଡିଓଟି ସେପରି ମଜାଦାର ନହେଲେ ବି ଅସାଧାରଣ। ଆପଣ ଅନେକ ସମୟରେ କାର୍‌ ମାଡ଼ରେ ବାଇସାଇକେଲ ଭାଙ୍ଗି ଯାଇଥିବା ପରି ଦୃଶ୍ୟ ଦେଖିଥିବେ। ମାତ୍ର ବାଇସାଇକେଲ ମାଡ଼ରେ କାର୍‌ ଭାଙ୍ଗି ଯିବା କେବେ ଦେଖିଛନ୍ତି? ଭିଡିଓଟିରେ ଏପରି ଏକ ଦୃଶ୍ୟ ରହିଛି।

ସାଇକେଲ୍‌ଟି ସାମ୍ନା ପଟୁ ପିଟିଦେବା ପରେ କିପରି କାର୍‌ଟି ଭାଙ୍ଗି ଯାଇଛି ତାହା ଦୃଶ୍ୟମାନ ହୋଇଛି ଭିଡିଓଟିର। ଏହି ଦୁର୍ଘଟଣାରେ ସାଇକେଲ୍‌ ଚାଳକ ସାମାନ୍ୟ ଆହତ ହୋଇଥିବା ବେଳେ କାର୍‌ ଚାଳକଙ୍କର କିଛି ହୋଇ ନଥିବା ସୂଚନା ରହିଛି। ଏହି ଫଟୋଟି ଇଣ୍ଟର୍‌ନେଟ୍‌ରେ ଭାଇରାଲ୍‌ ହେବା ପରେ ଏହା ଏକ ନକଲି ଫଟୋ ବୋଲି ଅନେକ ବ୍ୟକ୍ତି ଅଭିଯୋଗ କରିଥିଲେ। ମାତ୍ର ଚୀନର ସ୍ଥାନୀୟ ପୁଲିସ୍‌ ଏହା ଏକ ସତ ଘଟଣା ବୋଲି ସ୍ପଷ୍ଟ କରି ୟୁଟ୍ୟୁବ୍‌ରେ ଭିଡିଓ ସେୟାର୍‌ କରିିଛି। ଏହି ଭିଡିଓଟି ସମସ୍ତଙ୍କୁ ଚକିତ କରିଛି।

ସମ୍ବନ୍ଧିତ ଖବର