ଡାକ୍ତରଙ୍କୁ ୧୮ ଲକ୍ଷ ଟଙ୍କାର ଠକି ନେଇ ପଳାଉଥିବା ବେଳେ ନାଇଜେରୀୟ ନାଗରିକଙ୍କୁ ଧରିଲା ପୁଲିସ

ଅନୁଗୁଳ : ନାଇଜେରିଆ ଠକକୁ ଗିରଫ କଲା ଅନୁଗୁଳ ପୋଲିସ । ନାଇଜେରିଆର ଏହି ଠକର ନାଁ ହେଉଛି ନିକୋଲାସ । କଟକ ଶିଶୁ ଭବନର ଡାକ୍ତର ମଙ୍ଗଳ ମୁର୍ମୁଙ୍କୁ ଡାକ୍ତରୀ ଉପକରଣ ଯୋଗାଇଦେବା ନାଁରେ ଅର୍ଥ ହଡପ କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ଅର୍ଥ ହଡପ ନେଇ ଡାକ୍ତର ମୁର୍ମୁ ଥାନାରେ ଅଭିଯୋଗ କରିଥିଲେ ।

ପରେ ପୋଲିସ ଡାକ୍ତରଙ୍କ ଏତଲା ଆଧାରରେ ଅଭିଯୁକ୍ତ ନିକୋଲାସଙ୍କୁ ଗିରଫ କରିଛି । ତାଙ୍କ ପାଖରୁ ପାସପୋଟ ସହ ୧୮ ଲକ୍ଷ ଟଙ୍କା ଜବତ କରିଛି ପୋଲିସ । ପ୍ରାଥମିକ ପର୍ଯ୍ୟାୟରେ ନିକୋଲାସ  କଟକର ବମ୍ବେ ହୋଟେଲରୁ ଡାକ୍ତର ମୁର୍ମୁଙ୍କ ଠାରୁ ନେଇଥିବା ବେଳେ ବୌଦ୍ଧର ବ୍ଲୁ ମୁନ ହୋଟେଲରୁ ଆଉ ୧୫ ଲକ୍ଷ ଟଙ୍କା ନେଇ ଫେରାର ହୋଇ ଯାଇଥିଲା । ତେବେ ସେ ଅନୁଗୁଳ ଷ୍ଟେସନରେ ଥିବା ବେଳେ ତାଙ୍କୁ ଗିରଫ କରାଯାଇଛି ।

ସମ୍ବନ୍ଧିତ ଖବର