ଭାରତ ବିପକ୍ଷରେ ଘୋଷିତ ଦିନିକିଆ ଅଷ୍ଟ୍ରେଲିଆ ଟିମ୍‌ ହାସ୍ୟସ୍ପଦ: ସେନ୍‌ ଓ୍ଵାର୍ଣ୍ଣ

ସିଡନୀ: ପୂର୍ବତନ କ୍ରିକେଟର ସେନ୍‌ ଓ୍ଵାର୍ଣ୍ଣ କହିଛନ୍ତି, ଭାରତ ବିପକ୍ଷରେ ଘୋଷଣା ହୋଇଥିବା ଅଷ୍ଟ୍ରେଲିଆର ଦିନିକିଆ କ୍ରିକେଟ ଟିମ ହାସ୍ୟସ୍ପଦ। ଆଗାମୀ ଆଇସିସି ବିଶ୍ୱକପ୍‌କୁ ଦୃଷ୍ଟିରେ ରଖି ଭାରତ ବିପକ୍ଷରେ ୩ ଦିନିକିଆ ମ୍ୟାଚ ଶୃଙ୍ଖଳା ପାଇଁ ଟିମ୍‌ ଚୟନ ହୋଇ ନାହିଁ। ବିନା ବୁଝିସୁଝି ଏଭଳି ଏକ ଟିମ୍‌ ଚୟନ କରାଯାଇଛି ବୋଲି ଶୁକ୍ରବାର ସେନ୍‌ ଓ୍ଵାର୍ଣ୍ଣ ଅଭିଯୋଗ ଆଣିଛନ୍ତି।

ଭାରତ ବିପକ୍ଷରେ ଅଷ୍ଟ୍ରେଲିଆ ଶୁକ୍ରବାର ୧୪ ସଦସ୍ୟ ଟିମ୍‌ ଘୋଷଣା କରିଛି। ଏଥିରେ ଦ୍ରୁତ ବୋଲର ପିଟର ସିଡଲ, ଉସମାନ ଖଓ୍ଵାଜା ଓ ନାଥନ ଲାୟନଙ୍କୁ ସ୍ଥାନ ମିଳିଛି। ଓ୍ଵାର୍ଣ୍ଣ ଟୁଇଟ୍‌ କରିଛନ୍ତି ଯେ, ଅଷ୍ଟ୍ରେଲିଆର ଦିନିକିଆ ଟିମ୍‌ ଘୋଷଣା ହୋଇଛି ଓ ଏଥିରେ କିଛି ଖେଳାଳିଙ୍କ ନାଁ ନାହିଁ। ଟିମ୍‌ରେ ଆଉ କିଛି ଖେଳାଳିଙ୍କୁ ସାମିଲ କରାଯାଇଛି, ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗୁଛି। ଏଥିରୁ କିଛି ଲାଭ ମିଳିବ ନାହିଁ। ଏଭଳି ହାସ୍ୟସ୍ପଦ ଚୟନକୁ ଅଟକାଇ ଦିଆଯିବା ଦରକାର।

ଓ୍ଵାର୍ଣ୍ଣ ଏହା ପରେ ଟୁଇଟରରେ ନିଜ ହିସାବରେ ଦିନିକିଆ ଟିମ ଘୋଷଣା କରିଛନ୍ତି। ସେ ଟିମ୍‌ରେ ଡାର୍ସି ଶାର୍ଟଙ୍କୁ ଟିମରେ ସାମିଲ କରିଛନ୍ତି। ଶାର୍ଟଙ୍କ ବ୍ୟତୀତ ଟିମ୍‌ରେ ଆରୋନ ଫିଂଚ, ଓ୍ଵିକେଟକିପର ଆଲେକ୍ସ କେରି, ସନ୍‌ ମାର୍ଶ, ଗ୍ଲେନ ମେକ୍ସେଓ୍ଵଲ, ମାର୍କସ ଷ୍ଟୋନିସ୍‌, ଏଷ୍ଟନ ଏଗର ଅଥବା ମିସେଲ ମାର୍ଶ, ଜେମସ୍‌ ପିଟରସନ୍‌, ରିଚାର୍ଡସନ୍‌, ରିଲେ ମେରେଡିଥ, ଆଦାମ ଜାମ୍ପାଙ୍କୁ ସାମିଲ କରିଛନ୍ତି।

ଦିନିକିଆ ଶୃଙ୍ଖଳା ପାଇଁ ଅଷ୍ଟ୍ରେଲିଆ ଟିମ୍‌ ଘୋଷିତ

ଆରୋନ ଫିଂଚ (ଅଧିନାୟକ), ଉସମାନ ଖଓ୍ଵାଜା, ଓ୍ଵିକେଟକିପର ଆଲେକ୍ସ କେରି, ସନ୍‌ ମାର୍ଶ, ପିଟର ହ୍ୟାଣ୍ଡସକୋମ୍ବ, ଗ୍ଲେନ ମେକ୍ସେଓ୍ଵଲ, ମାର୍କସ ଷ୍ଟୋନିସ୍‌, ମିସେଲ ମାର୍ଶ (ଉପଅଧିନାୟକ), ଜେ ରିଚାର୍ଡସନ୍‌, ବିଲି ଷ୍ଟେନଲେକ, ଜେସନ ବେହରନଡ୍ରାଫ, ପିଟର ସେଡେଲ, ନାଥାନ ଲାୟନ ଓ ଆଦାମ ଜାମ୍ପା।

ସମ୍ବନ୍ଧିତ ଖବର