ପ୍ରଥମଥର ପାଇଁ ହେଲା କୁକୁର ହୃଦୟର ସଫଳ ଅସ୍ତ୍ରୋପଚାର

ନୂଆଦିଲ୍ଲୀ: ଦେଶରେ ପ୍ରାଣୀ ଚିକିତ୍ସା କ୍ଷେତ୍ରରେ ଏକ ବଡ ସଫଳତା ମିଳିଛି। ଦେଶରେ ପ୍ରଥମ କରି ଏକ ସାଢେ ୭ ବର୍ଷ କୁକୁରର ପେସମେକର ଇନପ୍ଲାଣ୍ଟ ସର୍ଜରି କରାଯାଇଛି। ଏଭଳି ଏକ ସଫଳତାକୁ ନେଇ ପ୍ରାଣୀ ଚିକିତ୍ସକମାନେ ଦାବି କରିଛନ୍ତି କି, ଏଭଳି ଅସ୍ତ୍ରୋପଚାର ଦେଶରେ ପ୍ରଥମ ଥର ହୋଇଛି। ଖୁସି ନାମକ ଏକ ଫେମିଲି ଡଗ୍‌ (ମାଈ କୁକୁର) ଛାତିରେ ପେଡିଆଟ୍ରିକ୍‌ ପେସମେକର ଲଗାଯାଇଛି। ଏହି କୁକୁରର ହୃଦୟ ସମ୍ପୂର୍ଣ୍ଣ ଭାବେ ବ୍ଲକ ହୋଇଯାଇଥିଲା। କୁକୁରର ହୃଦ ସ୍ପନ୍ଦନ ମିନିଟକୁ ମାତ୍ର ୨୦ ଥର ହେଉଥିଲା। ହୃଦୟରୁ ବୋହୁଥିବା ରକ୍ତର ମାତ୍ରା କମ୍‌ ହୋଇଯାଇଥିଲା। ଫଳରେ କୁକୁରଟି ବାରମ୍ବାର ଅଚେତ ହୋଇପଡ଼ୁଥିଲା। ସାଧାରଣରେ ହୃଦ ସ୍ପନ୍ଦନ ମିନିଟରେ ୬୦-୧୨୦ଥର ରହିବା ଦରକାର।

Image result for dog-cocker-spaniel-undergoes-indias-first
www.jagran.com

କୁକୁର ମାଲିକଙ୍କ କହିବାନୁସାରେ, ଫେମିଲି ଡଗ୍‌ ଖୁସିର କାନରେ ଗତବର୍ଷ ଫେବ୍ରୁଆରିରେ ଏକ ଜରୁରୀ ଅସ୍ତ୍ରୋପଚାର କରାଯାଇଥିଲା। ଏହି ଅସ୍ତ୍ରୋପଚାର ସମୟରେ ଖୁସି ହଠାତ ଅଚେତ ହୋଇ ପଡ଼ିଯାଇଥିଲା। କିନ୍ତୁ ଡାକ୍ତର ତାକୁ ସଠିକ୍‌ ସମୟରେ ବଞ୍ଚାଇ ନେଇଥିଲେ। ସେହିଦିନଠାରୁ ଖୁସି ଶରୀରରେ ଗମ୍ଭୀର ସମସ୍ୟା ଥିବା ସନ୍ଦେହ ହୋଇଥିଲା। ଖୁସି କାନର ଅସ୍ତ୍ରୋପଚାର ଭଲ ହେବା ପରେ ତାକୁ ପୁଣି ଡାକ୍ତରଖାନ ଆଣି ତାର ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ। ଡାକ୍ତର ଖୁସିର ଇସିଜି କରିବା ପରେ ତାର ହୃଦୟ ବ୍ଲକ୍‌ ହୋଇଯାଇଥିବା ରିପୋର୍ଟରୁ ଜଣାପଡ଼ିଥିଲା।

ସମ୍ବନ୍ଧିତ ଖବର