୫୫ଘଣ୍ଟା ଧରି ଲଗାତାର କାହିଁକି ବଡ଼ ପାଟିରେ ପାଠପଢ଼ୁଛନ୍ତି ଏହି ବ୍ୟକ୍ତି ଜାଣନ୍ତୁ ! ପଢ଼ା ସରିବ ସେପ୍ଟେମ୍ବର ୩୦ରେ

ନୂଆଦିଲ୍ଲୀ: ୟତୀଶ ଚନ୍ଦ୍ର ଶୁକ୍ଳା ୧୩୦ଘଣ୍ଟାରୁ ଅଧିକ ସମୟ ବଡ଼ ପାଟିରେ ପାଠପଢ଼ି ବିଶ୍ୱ ରେକର୍ଡ କରିବାକୁ ଲାଗି ପଡ଼ିଛନ୍ତି। ଲଗାତାର ପାଠପଢ଼ୁଥିବା ଏହି ବ୍ୟକ୍ତିଙ୍କ ଏହି ଅଭିଯାନ ଗୁରୁବାର ତୃତୀୟ ଦିନରେ ପହଞ୍ଚିଛି।

ସୂଚନାଯୋଗ୍ୟ, ‘ଲାଙ୍ଗେଷ୍ଟ ମାରାଥନ୍‌ ରିଡିଙ୍ଗ ଅଲାଉଡ୍‌’ରେ ସେ ୫୫ଘଣ୍ଟା ପୂରା କରିଛନ୍ତି। ତାଙ୍କର ଲକ୍ଷ୍ୟ ଗିନିଜ ବୁକ୍‌ ଅଫ ଓ୍ଵାଲର୍ଡ ରେକର୍ଡରେ ନିଜର ନାମ ସାମିଲ କରିବା। ମିଡିଆ ରିପୋର୍ଟ ମୁତାବକ ୩୦ବର୍ଷର ୟତୀଶ ଚନ୍ଦ୍ର ଶୁକ୍ଳା ଲକ୍ଷ୍ମୌ କଲେଜରୁ ନିଜର ବିଏସ୍‌ସି ଓ ଏଲଏଲବି ପାଠ ପଢ଼ା ଶେଷ କରିଛନ୍ତି। ସତୀଶ ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖୀରି ଜିଲ୍ଲାରେ ବସବାସ କରନ୍ତି। ସେପ୍ଟେମ୍ବର ୨୪ରୁ ୟତୀଶ ନିଜ ପଢ଼ା ଆରମ୍ଭ ଶ୍ରୀମଦ ଭାଗବତ ଗୀତାରୁ କରିଛନ୍ତି।

୨୦୧୮ରେ ଏକାଦିକ୍ରମେ ୧୧୩ଘଣ୍ଟା ୧୫ ମିନିଟ୍‌ ବଡ଼ ପାଟିରେ ପଢ଼ି  ଗିନିଜ ବୁକ୍‌ ଅଫ୍‌ ଓ୍ଵାଲର୍ଡ ରେକର୍ଡ କରିଥିଲେ ନେପାଳ କାଠମାଣ୍ଡୁର ଦୀପକ ଶର୍ମା । ସେହିପରି ନାଇଜେରିଆର ଓଲବୁନି ବରଡେ ଲଗାତାର ୧୨୨ଘଣ୍ଟା ପଢ଼ି ଗିନିଜ ବୁକ୍‌ ଅଫ ଓ୍ଵାଲର୍ଡ ରେକର୍ଡରେ ନିଜ ନାମ ସାମିଲ କରିଥିଲେ। ଏହି ରେକର୍ଡକୁ ଭାଙ୍ଗିବା ପାଇଁ ୟତୀଶ ଦିନରାତି ଏକାଠି କରି ଦେଇଛନ୍ତି। ସୋସିଆଲ ମିଡିଆରେ ତାଙ୍କୁ ବହୁ ସମର୍ଥନ ବି ମିଳୁଛି।

ଲାଙ୍ଗେଷ୍ଟ ମାରାଥନ୍‌ ରିଡିଙ୍ଗ ଅଲାଉଡର ଆରମ୍ଭ ମଙ୍ଗଳବାର ଅର୍ଥାତ୍‌ ସେପ୍ଟେମ୍ବର ୨୫ରୁ ଆରମ୍ଭ ହୋଇି ସେପ୍ଟେମ୍ବର ୩୦ରେ ଶେଷ ହେବାର ଅଛି।

ସମ୍ବନ୍ଧିତ ଖବର