ସାଙ୍କେତିକ ଭାଷା ବ୍ୟବହାର କରି ଭିଡିଓ କଲିଂ କରୁଥିବା ବେଳେ ମହିଳାଙ୍କ ଭିଡିଓ ଭାଇରାଲ୍‌, ଅନେକଙ୍କ ହୃଦୟ ଜିଣିଲା

ମୁମ୍ବାଇ: ଯଦି ଆପଣ ଘରଠାରୁ ଦୂରରେ କିମ୍ବା ଅନ୍ୟ କୌଣସି ଦେଶରେ ରହୁଛନ୍ତି ତେବେ ଆତ୍ମୀୟଙ୍କ ସହ ନିଜର ଭାବନା ବାଣ୍ଟିବା ପାଇଁ ଭିଡିଓ କଲ୍‌ ହେଉଛି ସବୁଠାରୁ ଭଲ ଉପାୟ। ଏହା କେବଳ ମନୋରଞ୍ଜନଧର୍ମୀ ଆପ୍‌ ନୁହେଁ ବରଂ, ଅତ୍ୟାବଶ୍ୟକୀୟ ବୋଲି ନିମ୍ନରେ ଦିଆଯାଇଥିବା ଭିଡିଓକୁ ଦେଖିବା ପରେ ଆପଣ ନିଜେ ହୃଦୟଙ୍ଗମ କରିପାରିବେ।

 

 

View this post on Instagram

 

Bliss!

A post shared by Naveen Kukreja (@thenaveenkukreja) on

ଇନ୍‌ଷ୍ଟାଗ୍ରାମ୍‌ରେ ମୁମ୍ବାଇର ରେଳବାଇ ଷ୍ଟେସନ୍‌ର ଏକ ଭିଡିଓ ଭାଇରାଲ୍‌ ହୋଇଛି। ଭିଡିଓରେ ଜଣେ ମହିଳା ତାଙ୍କ ସଂପର୍କୀୟଙ୍କ ସହ ସାଙ୍କେତିକ ଭାଷା ପ୍ରୟୋଗ କରି ଭିଡିଓ କଲିଂ କରୁଥିବାର ନଜର ଆସିଛନ୍ତି। ଏହି ସମୟର ଦୃଶ୍ୟକୁ ନିଜ କ୍ୟାମେରାରେ କଏଦ କରିଛନ୍ତି ନବୀନ ନାମକ ଜଣେ ଇନ୍‌ଷ୍ଟା ବ୍ୟବହାରକାରୀ।

ସେ ତାଙ୍କ ଇନ୍‌ଷ୍ଟା ଆକାଉଣ୍ଟ୍‌ରେ ଏହି ଭିଡିଓଟିକୁ ସେୟାର୍‌ କରି ଲେଖିଛନ୍ତି, ‘ବୈଷୟିକ ଜ୍ଞାନ କୌଶଳକୁ ଧନ୍ୟବାଦ। ମୁଁ ଭାବୁଥିଲି ଯେ ଭିଡିଓ କଲିଂ ଆପ୍‌ କେବଳ ଯୁବପିଢ଼ିଙ୍କ ପାଇଁ। ମାତ୍ର ଆଜି ମୁଁ ଏପରି କିଛି ଦୃଶ୍ୟ ଦେଖିବାକୁ ପାଇଲି।’

ସମ୍ବନ୍ଧିତ ଖବର