ଏସ୍‌ପିଙ୍କ ଭିଡିଓ ଦେଖି ଲୋକେ କହୁଛନ୍ତି କେଉଁ ହିରୋଠୁ କମ୍‌ ନୁହନ୍ତି

ମିର୍ଜାପୁର: ଆଜିକାଲି ସଭିଙ୍କୁ ରିଲ୍ସ ବନାଇବା ନିଶା ଘାରିଛି। ସମସ୍ତେ ଟ୍ରେଣ୍ଡ୍‌ରେ ରହିବାକୁ ଚାହାନ୍ତି। ସାଧାରଣ ଲୋକରୁ ନେଇ, ସେଲିବ୍ରେଟି ଓ ଅଧିକାରୀ କାହାକୁ ବି ଏ ନିଶା ଛାଡ଼ିନି। କେବଳ ଏତିିକି ନୁହେଁ, ଆଜିକାଲି ପୁଲିସ୍‌ କର୍ମୀ ବି ରିଲ୍ସ ବନାଇ ସୋସିଆଲ୍‌ ମିଡିଆରେ ଛାଡ଼ିବା ଆରମ୍ଭ କରିଛନ୍ତି। ସମସ୍ତଙ୍କୁ ଭାଇରାଲ୍‌ ହେବାର ନିଶା ଧରିଛି। ଏବେ ସୁଦ୍ଧା ଆପଣ ଅନେକ ଆଇଏଏସ୍‌, ଆଇପିଏସ୍‌ ଓ ପୁଲିସ୍‌ କନ୍‌ଷ୍ଟେବଲ୍‌ଙ୍କ ରିଲ୍ସ ଦେଖିଥିବେ। ନିକଟରେ ମିର୍ଜାପୁରର ଏସ୍‌ପିଙ୍କର ଏକ ଭିଡିଓ ଭାଇରାଲ୍‌ ହୋଇଛି। ଭାଇରାଲ୍‌ ଭିଡିଓରେ ଏହି ସୁନ୍ଦର ଯୁବକ ଜଣକ ହଳଦିଆ ରଂଗର ଏକ ଟି-ସାର୍ଟ ପିନ୍ଧିଥିବା ଆପଣ ଦେଖି ପାରୁଥିବେ।

 

ଏସ୍‌ପି ଜଣକ ଏହି ଟି-ସାର୍ଟ ପିନ୍ଧି ‘କଭି ଅଲ୍‌ବିଦା ନା କେହେନା’ ଗୀତରେ ରିଲ୍ସ ବନାଇଥିବା ବେଳେ ଏହି ରିଲ୍ସଟି ଏବେ ଭାଇରାଲ୍‌ ହେବାରେ ଲାଗିଛି। ସେ କୌଣସି ହିରୋଠାରୁ କମ୍‌ ଦିଶୁନାହାନ୍ତି ବୋଲି ସୋସିଆଲ୍‌ ମିଡିଆ ବ୍ୟବହାରକାରୀ କମେଣ୍ଟ୍‌ କରିଛନ୍ତି। ମିର୍ଜାପୁର ଏସ୍‌ପି ସନ୍ତୋଷ ମିଶ୍ର  ଏହି ଭିଡିଓକୁ ଟ୍ବିଟର୍‌ରେ ସେୟାର କରିଛନ୍ତି।

ଏହି ଭିଡିଓରେ ୨୦୧୨ ମସିହା ବ୍ୟାଚ୍‌ର ଆଇପିଏସ୍‌ ଅଧିକାରୀ ସନ୍ତୋଷ ମିଶ୍ର ଏକଦମ୍‌ ହିରୋ ଶୈଳୀରେ ଚାଲୁଥିବାର ଆପଣ ଦେଖି ପାରୁଥିବେ। ତାଙ୍କର ଏହି ଭିଡିଓରେ ଲୋକ ଖୁବ୍ ପ୍ରତିକ୍ରିୟା ଦେଇ ଚା‌ଲିଛନ୍ତି। ଅନେକ ଲୋକ ଏସ୍‌ପିଙ୍କର ପ୍ରଶଂସା କରିଛନ୍ତି।

 

ସମ୍ବନ୍ଧିତ ଖବର