ଗୋଟିଏ ଭିଡ଼ିଓ ବଦଳାଇଲା ଶିବାଙ୍ଗୀଙ୍କ ଜୀବନ: ୧୬ବର୍ଷରେ ଏଭରେଷ୍ଟ ଚଢ଼ି ରଚିଲେ ଇତିହାସ
ପାନିପତ୍ : ଗୋଡ଼ ନ ଥିଲେ ବି ଏଭରେଷ୍ଟ ଚଢ଼ି ଇତିହାସ ରଚିଥିଲେ ଅରୁଣିମା ସିହ୍ନା । ତାଙ୍କର ଏହି ଯାତ୍ରାର ଭିଡ଼ିଓ ଦେଖି ଏବେ ଜଣେ ନାବାଳିକା ସେପରି କାର୍ଯ୍ୟ କରି ଦେଖାଇଛନ୍ତି। ଅରୁଣିମାଙ୍କ ଭିଡ଼ିଓ ଦେଖିବା ପରେ ପୃଥିବୀର ଉଚ୍ଚତମ ଶୃଙ୍ଗରେ ପହଁଞ୍ଚିବା ପାଇଁ ନିଷ୍ପତି ନେଇଥିଲେ ସେ । ନିଜ ସାହସ ବଳରେ ମାତ୍ର ୧୬ବର୍ଷ ବୟସରେ ଶିବାଙ୍ଗୀ ପାଠକ୍ ଏହାକୁ ସମ୍ଭବ କରି ଦେଖାଇଛନ୍ତି । ଏଭରେଷ୍ଟ ଆରୋହଣ କରି ସେ ଏବେ ରଚିଛନ୍ତି ଇତିହାସ । ଏଭରେଷ୍ଟ ଚଢ଼ିବା ସମୟର ଅଭିଜ୍ଞତା ବଖାଣିଛନ୍ତି ଶିବାଙ୍ଗୀ ।
Sambad is now on WhatsApp
Join and get latest news updates delivered to you via WhatsApp
ତାଙ୍କ କହିବା ଅନୁଯାୟୀ, ଏଭରେଷ୍ଟର ଉଚ୍ଚକୁ ଛୁଇଁବା ପାଇଁ କିଛି ସମୟ ଥିବା ବେଳେ ତାଙ୍କର ଓ୍ଵାକିଟକି ତଳକୁ ଖସି ପଡ଼ିଥିଲା, । ଯାହା ଫଳରେ ତାଙ୍କୁ ଉପରକୁ ଚଢ଼ିବା ପାଇଁ ପଠାଇଥିବା ସଂସ୍ଥା ସହ ସେ ୫ଘଣ୍ଟା ପର୍ଯ୍ୟନ୍ତ ସଂପର୍କ କରି ପାରି ନଥିଲେ । ଏତେ ସମୟ ଧରି ସଂପର୍କ ନ ହୋଇ ପାରିବାରୁ ସଂସ୍ଥାର କର୍ମଚାରୀମାନେ ଶିବାଙ୍ଗି ଆଉ ନାହାନ୍ତି ବୋଲି ଭାବି ନେଇଥିଲେ । କିନ୍ତୁ କାହାଣୀରେ ପରିବର୍ତ୍ତନ ସେତେବେଳେ ଆସିଲା ଯେତେବେଳେ ୫ ଘଣ୍ଟା ପରେ ଶିବାଙ୍ଗି କମ୍ପାନୀର କର୍ମଚାରୀମାନଙ୍କ ସହ ସଂପର୍କ କରିଥିଲେ । ଅନ୍ୟ ଏକ ଦଳର ଓ୍ଵାକିଟକି ବ୍ୟବହାର କରି ଶିବାଙ୍ଗି ନିଜ ସଫଳତା ବିଷୟରେ ତାଙ୍କୁ ପଠାଇଥିବା ସଂସ୍ଥାକୁ ଜଣାଇଥିଲେ । ୮୮୪୮ମିଟରର ଉଚ୍ଚତାକୁ ସେ ୪୫ଦିନରେ ପୂରା କରିଥିବା ବେଳେ ଏଭରେଷ୍ଟରେ ପହଁଞ୍ଚିବା ପରେ ସେ ପ୍ରଥମେ ଆଖି ବନ୍ଦ କରି ତାଙ୍କ ମାଙ୍କୁ ମନେ ପକାଇଥିଲେ ବୋଲି କହିଛନ୍ତି । ଏପ୍ରିଲ ୬ରୁ ଶିବାଙ୍ଗୀ ନିଜର ଯାତ୍ରା ଆରମ୍ଭ କରିଥିବା ବେଳେ ମେ ୧୬ରେ ଏଭରେଷ୍ଟରେ ପହଞ୍ଚି ତ୍ରିରଙ୍ଗା ପତକା ଉଡ଼ାଇଥିଲେ । ଏହି ଯାତ୍ରା ତାଙ୍କ ପାଇଁ ସହଜ ନଥିବା ବେଳେ ଗୋଟେ ଗୋଟେ ଦିନ ପାଣି ପିଇବାକୁ ମିଳୁ ନଥିଲା ବୋଲି ସେ କହିଛନ୍ତି ।