୩୦୧୭ ବେଳକୁ ଏମିତି ହୋଇଯିବ ପୃଥିବୀ ! ଜାଣନ୍ତୁ କେମିତି ହୋଇଥିବ ମଣିଷର ସ୍ୱରୂପ!

ଏବେ ଦିଲ୍ଲୀରେ ବାୟୁ ପ୍ରଦୂଷଣ କାରଣରୁ ଲୋକେ ତ୍ରାହି ତ୍ରାହି ଡ଼ାକିଲେଣି । ଏଥି ପାଇଁ ବହୁତ ଦୁର୍ଘଟଣା ମଧ୍ୟ ହେବାରେ ଲାଗିଛି । ଲୋକଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେଉଥିବା ବେଳେ ସେମାନେ ମାସ୍କ ପିନ୍ଧି ବାହାରକୁ ବହାରୁଛନ୍ତି । ଏତେ ସବୁ ଘଟିବା ପରେ ଲୋକମାନେ ସାବଧାନ ହେବା ଆରମ୍ଭ କରିଛନ୍ତି । ଏବେ ଯେଉଁ ଅନୁସାରେ ଟେକ୍ନୋଲୋଜି ଆଗେଇବାରେ ଲାଗିଛି ସେହି ଅନୁସାରେ ପ୍ରଦୂଷଣ ମଧ୍ୟ ବଢ଼ିବାରେ ଲାଗିଛି । କାଲି କଣ ହେବ ତାହା ସମସ୍ତଙ୍କୁ ଅଜଣା ।

ଆଜି ଆମେ କହିବାକୁ ଯାଉଛୁ ୧୦୦୦ ବର୍ଷ ପରେ ପୃଥିବୀ କିଭଳି ଥିବ ଏବଂ ମଣିଷ ମାନେ କିଭଳି ଦେଖାଯିବେ! ୧୦୦୦ ବର୍ଷ ପରେ ମଣିଷମାନଙ୍କ ଶରୀରରେ ନେନୋରୋବୋଟ୍‌ସ ଥିବ ଯାହା ମଣିଷକୁ ବିଭିନ୍ନ ରୋଗରୁ ବଞ୍ଚାଇବ । ସେତେବେଳେ ମେଡ଼ିକାଲ ଇଞ୍ଜନିୟରମାନେ ଏଭଳି ଟେକ୍‌ନୋଲଜି ବାହାର କରିସାରିଥିବେ ଯାହାକି ମଣିଷର ବୟସ ବଢ଼ାଉଥିବା ଟିସୁକୁ ନିୟନ୍ତ୍ରଣ କରିବ, ଯାହାଦ୍ୱାରା ମଣିଷ ଦୀର୍ଘାୟୁ ହେବ।

Daily Express

ନେନୋଟେକ୍‌ନୋଲଜି ବାୟୁ ଏବଂ ଜଳକୁ ଶୁଦ୍ଧ କରିବା ସହିତ ବାୟୁମଣ୍ଡଳକୁ ପ୍ରଦୂଷଣ ମୁକ୍ତ କରାଇବ । ଯେଉଁ ଗତିରେ ଜନସଂଖ୍ୟା ବଢ଼ୁଛି ୧୦୦୦ ବର୍ଷ ବେଳକୁ ପୃଥିବୀ ରହିବା ପାଇଁ ଆଉ ଯାଗା ନଥିବ । ଏଥି ପାଇଁ ମଣିଷ ବଞ୍ଚିବା ପାଇଁ ପୃଥିବୀ ଛାଡ଼ି ମଙ୍ଗଳ କିମ୍ବା ଅନ୍ୟ ଗ୍ରହକୁ ଯିବ। ଅନ୍ୟ ଗ୍ରହକୁ ଯିବା ପାଇଁ ଏବେ ଅସୁବିଧା ହେଉଥିଲେ ମଧ୍ୟ ସେତେବେଳେ ଏ ଅସୁବିଧା ହେବ ନାହିଁ । ସୁବିଧାରେ ଗୋଟେ ଗ୍ରହରୁ ଆଉ ଏକ ଗ୍ରହକୁ ଯାଇହେବ । ଭବିଷ୍ୟତର ଦୁନିଆ ମେସିମାନଙ୍କ ଦୁନିଆ ହୋଇଥିବ । ମଣିଷମାନଙ୍କ ସହ ରହିବା ସହିତ ମଣିଷ ମାନଙ୍କର ଅଧା କାମ ମେସିନ୍‌ କରୁଥିବ ।

ଏବେ ଲୋକମାନେ ଯେଉଁଭଳି ଦେଖାଯାଉଛନ୍ତି ୩୦୧୭ ବେଳକୁ ସେମାନଙ୍କ ଆକାର ବଦଳି ଯାଇଥିବା । ଚଉଡ଼ା ମୁହଁ, ବଡ଼ ଆଖି ସହିତ ବଡ଼ ନାକ ମଧ୍ୟ ହୋଇଯିବ । ବୈଜ୍ଞାନିକମାନେ ନକଲି ଆଖି ଉପରେ ଗବେଷଣା କରୁଛନ୍ତି, ଯାହାଦ୍ୱାରା ଆଖି ନ ଥିବା ଲୋକମାନେ ସୁବିଧାରେ ଦେଖି ପାରିବେ । ମଣିଷମାନଙ୍କ ଶରୀରରେ ମେସିନ୍‌ ଫିଟ୍‌ କରାଯିବ, ଯାହାଦ୍ୱାରା ମଣିଷ ସାଇବର୍ଗସ୍‌ (ମଣିଷ ମେସିନ) ହୋଇଯିବା ।

ସମ୍ବନ୍ଧିତ ଖବର