ସୁଭାଷିତ: କଳିଯୁଗରେ ଅଜ୍ଞାନମାନେ ଗୁରୁ ବୋଲାଉଛନ୍ତି

ଆଜିଠୁଁ ୧୨୦ ବର୍ଷ ତଳେ, ୧୯୦୪ ମସିହା ଜାନୁଆରୀ ମାସ ୧୮ ତାରିଖରେ ଆବିର୍ଭୂତ ହୋଇଥିଲେ ମହାନ ସନ୍ଥ ଓ ସ୍ୱାଧୀନତା ସଂଗ୍ରାମୀ ଶ୍ରୀଅଭିରାମ ପରମହଂସ ଦେବ। ସେଦିନର ତିଥି ଥିଲା ମାଘ ଅମାବାସ୍ୟା। ଏହା ତ୍ରିବେଣୀ ଅମାବାସ୍ୟା ରୂପେ ଖ୍ୟାତ। ସୁପ୍ରାଚୀନ କାଳରୁ ଆମ ସମାଜରେ ସାଧୁ, ସନ୍ନ୍ୟାସୀ ଓ ଗୁରୁଙ୍କର ପ୍ରତିଷ୍ଠା ରହିଆସିଛି। ଏହା ଆମର ମହାନ ପରମ୍ପରା। ଏହିମାନେ ହିଁ ଆମ ଭିତରୁ ଅବିଦ୍ୟା ବା ଅଜ୍ଞାନତା ଦୂର କରି ଆମକୁ ଆତ୍ମଉପଲବ୍‌ଧିର ମାର୍ଗ ଦର୍ଶାଇଥାନ୍ତି। ଏଣୁ ଆମ ସଂସ୍କୃତି ଓ ପରମ୍ପରାରେ ଗୁରୁ ପୂଜ୍ୟ ଓ ନମସ୍ୟ।
ଶ୍ରୀଅଭିରାମ ପରମହଂସ ତାଙ୍କର ରଚନା ଓ ବାଣୀରେ ଗୁରୁ, କୃଷ୍ଣ ଓ ବୈଷ୍ଣବଙ୍କୁ ଏକ ରୂପେ ଦେଖିଛନ୍ତି।

ସୁପ୍ରାଚୀନ କାଳରୁ ଆମ ସମାଜରେ ସାଧୁ, ସନ୍ନ୍ୟାସୀ ଓ ଗୁରୁଙ୍କର ପ୍ରତିଷ୍ଠା ରହିଆସିଛି। ଏହା ଆମର ମହାନ ପରମ୍ପରା। ଏହିମାନେ ହିଁ ଆମ ଭିତରୁ ଅବିଦ୍ୟା ବା ଅଜ୍ଞାନତା ଦୂର କରି ଆମକୁ ଆତ୍ମଉପଲବ୍‌ଧିର ମାର୍ଗ ଦର୍ଶାଇଥାନ୍ତି। ଏଣୁ ଆମ ସଂସ୍କୃତି ଓ ପରମ୍ପରାରେ ଗୁରୁ ପୂଜ୍ୟ ଓ ନମସ୍ୟ।

‘ବୈଷ୍ଣବ ଗୀତା’ରେ ସେ କହିଛନ୍ତି- “ଭଜ ଗୁରୁ କୃଷ୍ଣ ବୈଷ୍ଣବ ତିନି ନ କରିଣ ଭିନ୍ନାଭିନ୍ନ।” ତେଣୁ ବାସ୍ତବକ୍ଷେତ୍ରରେ ଅଜ୍ଞାନମାନେ ନିଜକୁ ଗୁରୁ ବୋଲାଇବା ତାଙ୍କୁ ବ୍ୟଥିତ କରିଛି। ସେଥିପାଇଁ ‘ସଂସାରସାର ଗୀତା’ର ଉପରୋକ୍ତ ସୁଭାଷିତ ଓ ତା’ର ଆନୁଷଙ୍ଗିକ ପଦରେ ସେ କହିଛନ୍ତି- ଏ କଳିଯୁଗରେ ବହୁ ଅଜ୍ଞାନବ୍ୟକ୍ତି ନିଜକୁ ଗୁରୁବୋଲି କହି ବୁଲୁଛନ୍ତି। କେତେକ ମାଳା ପକାଇ ଓ ଅଙ୍ଗରେ ତିଳକ ଛାପ କରି ନିଜକୁ ଗୁରୁ କହୁଥିବା ବେଳେ, ଆଉ କେତେକ କିଛି ଶାସ୍ତ୍ରଗ୍ରନ୍ଥ ପଢ଼ି ନିଜକୁ ଗୁରୁବ୍ରହ୍ମ କହିବା ଦେଖାଯାଉଛି। ସେହିପରି, ବେଦର ତତ୍ତ୍ୱ ନଜାଣି ବି ଅନେକେ ନିଜକୁ ଗୁରୁ ବୋଲାଉଛନ୍ତି। ଏଣୁ ଏହା ମାଧ୍ୟମରେ, ଶ୍ରୀଅଭିରାମ ପରମହଂସ ଏହି ଭଣ୍ଡଗୁରୁମାନଙ୍କ ପ୍ରତି ଆମକୁ ସତର୍କ କରାଇ ଦେଇଛନ୍ତି।

ଏ କଳିଯୁଗରେ ଅଜ୍ଞାନ,
କହନ୍ତି ଆମ୍ଭେ ଗୁରୁ ଜାଣ।
-ଶ୍ରୀଅଭିରାମ ପରମହଂସ, ସଂସାରସାର ସଂହିତା

 

ସମ୍ବନ୍ଧିତ ଖବର