ମୁମ୍ବାଇ: ରତନ ଟାଟାଙ୍କ ନେତୃତ୍ୱରେ କାମ କରୁଥିବା ଟାଟା ଟ୍ରଷ୍ଟ, କର୍କଟ ରୋଗୀଙ୍କୁ ଭଲ ଚିକିତ୍ସା ପାଇଁ ପୁଣି କରିଛନ୍ତି ସାହାଯ୍ୟ। ଟାଟା ଟ୍ରଷ୍ଟ ୫ଟି ରାଜ୍ୟରେ କର୍କଟର ଉପଚାର ସୁବିଧା ଉପଲବ୍ଧ କରିବା ପାଇଁ ସରକାରଙ୍କୁ ୧ହଜାର କୋଟି ଟଙ୍କା ଦାନ ଦେବାକୁ ଯାଉଛନ୍ତି। ଟାଟା ଟ୍ରଷ୍ଟର ଏହି ସାହାଯ୍ୟର ଲାଭ ହଜାର ହଜାର କର୍କଟ ରୋଗୀ ଓ ତାଙ୍କ ପରିବାରକୁ ମିଳିବ।
Sambad is now on WhatsApp
Join and get latest news updates delivered to you via WhatsApp
ରାଜସ୍ଥାନ , ଝାରଖଣ୍ଡ , ଉତ୍ତରପ୍ରଦେଶ , ଆନ୍ଧ୍ର ପ୍ରଦେଶ ଓ ଆସାମରେ କର୍କଟ ରୋଗୀଙ୍କ ଚିକିତ୍ସା ପାଇଁ ଏହି ଡାକ୍ତରଖାନାଗୁଡିକୁ ବିକଶିତ କରାଯିବ। ଏହି ଡାକ୍ତରଖାନାରେ ମୁମ୍ବାଇର ଟାଟା ମେମୋରିୟଲ ଡାକ୍ତରଖାନା ଭଳି କ୍ୟାନସରର ଚିକିତ୍ସା ସୁବିଧା ହେବ। ଏବେ ଟାଟା ମେମୋରିୟଲରେ ସମଗ୍ର ଦେଶରୁ ଆସୁଥିବା ରୋଗୀଙ୍କୁ ସବସିଡିରେ ଚିକିତ୍ସା କରାଯାଉଛି। ଏହି ଡାକ୍ତରଖାନାରେ ଚିକିତ୍ସିତ ହେବାକୁ ଆସୁଥିବା ଲୋକଙ୍କ ସଂଖ୍ୟା ଏତେ ଅଧିକ ଯେ , ଚିକିତ୍ସା ପାଇଁ ରୋଗୀଙ୍କୁ ଅପେକ୍ଷା ତାଲିକାରେ ରଖିବାକୁ ପଡିଥାଏ। ଅନେକଥର ଲୋକେ ମୁମ୍ବାଇ ଭଳି ସହରକୁ ଆସି ଚିକିତ୍ସା କରିପାରନ୍ତି ନାହିଁ ଏବଂ ସେମାନଙ୍କୁ ଅଧାରୁ ଚିକିତ୍ସାକୁ ଛାଡି ଫେରିଯାଇଥାନ୍ତି।
ସରକାରଙ୍କ ସୂତ୍ରରୁ ପ୍ରକାଶ ଯେ, ନିକଟରେ ରତନଟାଟା ଦେଶରେ ଅନେକ ଆଫୋର୍ଡେବଲ କ୍ୟାନସର ଉପଚାର ସଂସ୍ଥାନ ଖୋଲିବା ନେଇ ଇଚ୍ଛା କରିଛନ୍ତି। ରତନ ଟାଟା , ଟାଟା ଗ୍ରୁପ୍ ର ଅନ୍ୟ କଂପାନିଗୁଡିକୁ କର୍ପୋରେଟ୍ ସୋସିଆଲ୍ ରେସ୍ପନ୍ସିବିଲିଟି (ସିଏସଆର୍) ପ୍ରୋଗ୍ରାମରେ ଅଧିକରୁ ଅଧିକ ଯୋଡିବାକୁ କହିଛନ୍ତି। ଟାଟା ଟ୍ରଷ୍ଟ ଦ୍ୱାରା ଦିଆଯାଉଥିବା ୧ ହଜାର କୋଟି ଟଙ୍କାର ରାଶି ର ବ୍ୟବହାର ଇନଫ୍ରାଷ୍ଟ୍ରକଚର ର୍ନିମାଣ ଓ ମେଡିକଲ୍ ଜିନିଷ କିଣିବାରେ ଖର୍ଚ୍ଚ ହେବ। ଏହି ରାଜ୍ୟ ଗୁଡିକରେ ବିକଶିତ ହେବାକୁ ଯାଉଥିବା ଡାକ୍ତରଖାନା ର ଷ୍ଟାଫଙ୍କୁ ଟାଟା ମେମୋରିୟଲ ପ୍ରଶିକ୍ଷିତ କରିବ।