ସିଲି ପଏଣ୍ଟ, ବଟଲ୍‌ କ୍ୟାପ୍‌ ଚା‌ଲେଞ୍ଜ୍‌ରେ ସାମିଲ ହେଲେ କୋହଲି

ପୋର୍ଟ ଅଫ୍ ସ୍ପେନ୍‌: ଭିଡିଓ ଗେମ୍ କ୍ରିକେଟ୍‌ ‘ବଟଲ୍‌ କ୍ୟାପ୍‌ ଚାଲେଞ୍ଜ୍‌’ରେ ଶନିବାର ସାମିଲ ହୋଇଥିଲେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି। ଟ୍ବିଟର୍ ପୃଷ୍ଠାରେ ଏକ ଭିଡିଓ ଛାଡ଼ି କୋହଲି ଲେଖିଛନ୍ତି ‘ଆଦୌ ନ ହେବା ଅପେକ୍ଷା ବିଳମ୍ବରେ ସାମିଲ ଭଲ’। କୋହଲି ବଟଲ୍ କ୍ୟାପ୍‌ ଚାଲେଞ୍ଜ୍‌ରେ ସଫଳ ହେବାକୁ ପ୍ରଚେଷ୍ଟା କରୁଥିବା ବେଳେ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଭାଷ୍ୟକାର ଭୂମିକାରେ କିଛି କହୁଛନ୍ତି।

କୋହଲିଙ୍କ ବହୁ ସଟ୍‌ ବିଭିନ୍ନ ଦିଗକୁ ଯିବା ପରେ ଯେତେବେଳେ ବଟଲ୍‌ କ୍ୟାପ୍‌ ଖସାଉଛି ସେତେବେଳେ ଶାସ୍ତ୍ରୀ ଚିତ୍କାର କରୁଛନ୍ତି ‘ଓଃ କି ମଜାଦାର ସଟ୍, ରିଷ୍ଟ୍‌ରୁ ପ୍ଲିକ୍‌ ଏବଂ ଚମତ୍କାର’। ଖ୍ୟାତନାମା ଟାଏକୋଣ୍ଡୋ ଫାଇଟର୍ ତଥା ପ୍ରଶିକ୍ଷକ ଫରାବି ଡାଭଲେଟ୍‌ଚିନ୍‌ଙ୍କ ଦ୍ବାରା ଆରମ୍ଭ ହୋଇଥିବା ‘ବଟଲ୍ କ୍ୟାପ୍‌ ଚାଲେଞ୍ଜ୍‌’ରେ ଏ ପର୍ଯ୍ୟନ୍ତ ବହୁ ସେଲିବ୍ରିଟି ସାମିଲ ହୋଇ ସାରିଥିବା ବେଳେ କ୍ରିକେଟରରଙ୍କ ମଧ୍ୟରୁ ଶିଖର ଧାୱନ, ଯୁବରାଜ ସିଂହ, ଜୋଫ୍ରା ଆର୍ଚର ପ୍ରମୁଖ ଏହାର ମଜା ନେଇଥିଲେ। ଶନିବାର କୋହଲିଙ୍କ ପୂର୍ବରୁ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରଣ ରିଜିଜୁ ମଧ୍ୟ ଏହି ଧାରାରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର