ଚା’ରେ ନିଶା ଦେଇ ଦୁଇଜଣଙ୍କୁ ଲୁଟିଲେ

ଭୁବନେଶ୍ୱର: ଚା’ରେ ନିଶା ଦେଇ ଦୁଇଜଣଙ୍କୁ ଲୁଟେରା ଲୁଟିଛନ୍ତି। ସେମାନେ ହେଲେ ସୁନ୍ଦରଗଡ଼ ବୀରଭଦ୍ରପୁରର ଲକ୍ଷ୍ମୀଧର କୁଳ ଓ କେନ୍ଦୁଝର ବର୍ଟାଙ୍ଗୁଆର ରତିକାନ୍ତ ମହାନ୍ତ। ଲକ୍ଷ୍ମୀଧର କନ୍ୟାକୁମାରୀରେ ଏକ ସଂସ୍ଥାରେ କାମ କରନ୍ତି। ଆଜି ସକାଳେ ଘରକୁ ଯିବା ପାଇଁ ବରମୁଣ୍ଡାରେ ବସ୍‌କୁ ଅପେକ୍ଷା କରିଥିଲେ। ଦୁଇଜଣ ଯୁବକ ତାଙ୍କ ସହ ବନ୍ଧୁତା କରିବା ସହ ଚା’ ଦେଇଥିଲେ। ଚା’ ପିଇବା ପରେ ସେ ଚେତାଶୂନ୍ୟ ହୋଇଯାଇଥିଲେ। ଲୁଟେରା ତାଙ୍କଠାରୁ ୩ଟି ମୋବାଇଲ ସହ ୩ ହଜାର ଟଙ୍କା ଓ ବ୍ୟାଗ୍‌ ନେଇ ଯାଇଥିଲେ। ବରମୁଣ୍ଡାରେ ସେ ଅଚେତ ଅବସ୍ଥାରେ ପଡ଼ିଥିବା ବେଳେ ଖଣ୍ଡଗିରି ଥାନା ପିସିଆର ଭ୍ୟାନ୍‌ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଇଥିଲା। ସେହିଭଳି ଆଜି ସକାଳେ ରେଳ ଷ୍ଟେସନ ପାଖରୁ ରତିକାନ୍ତଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଛି। ସେ ପୁରୀ-ହାଓଡା ଟ୍ରେନରେ ଯିବା ପାଇଁ ଅପେକ୍ଷା କରିଥିବା ବେଳେ ଜଣେ ତାଙ୍କ ସହ କଥା ବାର୍ତା କରି ଚା’ ପିଇବାକୁ ଦେଇଥିଲା। ପରେ ତାଙ୍କୁ ଚେତାଶୂନ୍ୟ ଅବସ୍ଥାରେ ହୀରା ଆପର୍ଟମେଣ୍ଟ ପାଖରୁ ଖାରବେଳ ନଗର ଥାନା ପୁଲିସ ଉଦ୍ଧାର କରିଥିଲା। ତାଙ୍କ ଠାରୁ ୧୦ ହଜାର ଟଙ୍କା ଓ ମୋବାଇଲ ଲୁଟ୍‌ ହୋଇଥିଲା।

ସମ୍ବନ୍ଧିତ ଖବର