ଇତିହାସ ରଚିଲା ଥାଇଲାଣ୍ଡ ମହିଳା କ୍ରିକେଟ୍‌ ଦଳ

ଟ୍ବେଣ୍ଟି-୨୦ ଆନ୍ତର୍ଜାତିିକରେ ଲଗାତାର ୧୭ ବିଜୟ

ନୂଆଦିଲ୍ଲୀ: ଥାଇଲାଣ୍ଡ ମହିଳା କ୍ରିକେଟ୍‌ ଦଳ ଟ୍ବେଣ୍ଟି-୨୦ କ୍ରିକେଟ୍‌ରେ ଲଗାତାର ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ବ କୀର୍ତ୍ତିମାନ କରିଛି। ନେଦରଲାଣ୍ଡରେ ଚାଲିଥିବା ଚତୁର୍ରାଷ୍ଟ୍ରୀୟ ଟ୍ବେଣ୍ଟି-୨୦ରେ ଶନିବାର ଖେଳାଯାଇଥିବା ପଞ୍ଚମ ମ୍ୟାଚ୍‌ରେ ଥାଇଲାଣ୍ଡ ଆୟୋଜକ ଦେଶକୁ ପରାସ୍ତ କରି ଏହି କୀର୍ତ୍ତିମାନର ଅଧିକାରୀ ହୋଇଥିଲା। ପୂର୍ବରୁ ଏହି କୀର୍ତ୍ତିମାନ ଅଷ୍ଟ୍ରେଲିଆ ନାମରେ ଥିଲା। ମାର୍ଚ ୨୦୧୪ରୁ ଅଗଷ୍ଟ ୨୦୧୫ ମଧ୍ୟରେ ଅଷ୍ଟ୍ରେଲିଆ ଲଗାତାର ଭ‌ାବେ ୧୬ ମ୍ୟାଚ୍‌ ଜିତିଥିଲା। ଅନ୍ୟପକ୍ଷରେ ଇଂଲଣ୍ଡ ଓ ଜିମ୍ବାୱେ ମହିଳା ଦଳ ୧୪ ଲେଖାଏଁ ଏବଂ ନ୍ୟୁଜିଲାଣ୍ଡ୍‌ ୧୨ ମ୍ୟାଚ୍‌ ଜିତି ପଛକୁ ପଛ ରହିଛନ୍ତି।

ସମ୍ବନ୍ଧିତ ଖବର