ଆଇପିଏଲ୍‌-୨୦୨୪: ସଂଜୁ ସାମସନ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ, ଲକ୍ଷ୍ନୌ ଆଗରେ ୧୯୪ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ରାଜସ୍ଥାନ

ଜୟପୁର: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)-୨୦୨୪ର ୪ର୍ଥ ଲଢ଼େଇ ରାଜସ୍ଥାନ ରୟାଲ୍ସ ଓ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‌ସ ମଧ୍ୟରେ ଜାରି ରହିଛି। ସ୍ଥାନୀୟ ସୱାଇ ମାନସିଂହ ଷ୍ଟାଡିୟମରେ ରବିବାର ସଜୁ ସାମସନ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭର ରେ ୪ଟି ୱିକେଟ୍‌ ହରାଇ ୧୯୩ ରନ୍‌ ସଂଗ୍ରହ କରିଛି। ଫଳରେ ଲକ୍ଷ୍ନୌକୁ ୧୯୪ ରନ୍‌ର ବିଜୟ ଲକ୍ଷ୍ୟ ମିଳିଛି।

ଟସ୍‌ ଜିଣି ଘରୋଇ ରାଜସ୍ଥାନ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଯୁବବ୍ୟାଟର ଯଶସ୍ବୀ ଜୟସ୍ବାଲ (୨୪ ରନ୍‌) ଓ ଜୋସ୍‌ ବଟଲର (୧୧ରନ୍‌) ପାଳି ଆରମ୍ଭ କରିଥିଲେ। ଉଭୟ ଖେଳାଳି ଆଉଟ୍‌ ହୋଇ କ୍ରିଜ୍‌ ଛାଡ଼ିବା ପୂର୍ବରୁ ରାଜସ୍ଥାନ ୪୯ ରନ୍‌ ସଂଗ୍ରହ କରିଥିଲା। ଦଳ ୧୩ ରନ୍‌ରେ ପ୍ରଥମ ୱିକେଟ୍‌ ଭାବେ ବଟଲରଙ୍କୁ ହରାଇଥିଲା।

ରାଜସ୍ଥାନ ପାଇଁ ସଂଜୁ ସାମସନ୍‌ ସର୍ବାଧିକ ବ୍ୟକ୍ତି‌ଗତ ସ୍କୋର କରିଥିଲେ। ସେ ୫୨ଟି ବଲ୍‌ ଖେଳି ୩ଟି ଚୌକା ଓ ୬ଟି ଛକା ବଳରେ ଅପରାଜିତ ରହି ୮୨ ରନ୍‌ ସଂଗ୍ରହ କରିଥିଲେ। ସେହିପରି ରିୟାନ ପରାଗ ୨୯ଟି ବଲ୍‌ ଖେଳି ଗୋଟିଏ ଚୌକା ଓ ୩ଟି ଛକା ବଳରେ ୪୩ ରନ୍‌ ଯୋଡ଼ିଥିଲେ। ସିମରନ୍‌ ହେଟ୍‌ମେୟର ୭ଟି ବଲ୍‌ରୁ ୫ ରନ୍‌ ସଂଗ୍ରହ କରିଥିଲେ। ଧ୍ରୁବ ଜୁରେଲଙ୍କ ବ୍ୟାଟ୍‌ରୁ ୨୦ ରନ୍‌ ସଂଗୃହୀତ ହୋଇଥିଲା। ଏଥିରେ ଗୋଟିଏ ଚୌକା ଓ ଗୋଟିଏ ଛକା ସାମିଲ ଥିଲା।

ସମ୍ବନ୍ଧିତ ଖବର