କଟକ: ଆସନ୍ତା ୨୫ ତାରିଖରୁ ଜାବହରଲାଲ ନେହରୁ ଷ୍ଟାଡିୟମ୍ରେ ଆରମ୍ଭ ହେବାକୁ ଯାଉଥିବା ଓଡ଼ିଶା ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର ଉଦ୍ଘାଟନୀ ସ˚ସ୍କରଣରେ ଭାରତରୁ ପ୍ରାୟ ୩୦୦ ଖେଳାଳି ଭାଗନେବେ। ଖେଳାଳିମାନେ ଆସନ୍ତା ୨୩ ତାରିଖରେ ଭୁବନେଶ୍ବରରେ ପହଞ୍ଚିବାର ସୂଚୀ ରହିଛି। ତେବେ ଭାରତରୁ ଯେଉଁ ଖେଳାଳିମାନଙ୍କର ନାମ ଆସିଛି, ସେମାନଙ୍କ ମଧ୍ୟରେ ଓଡ଼ିଶାରୁ ୫ ଜଣ ଖେଳାଳି ସ୍ଥାନ ପାଇଛନ୍ତି। ପଣ୍ତା ଭଉଣୀ ଋତାପର୍ଣ୍ଣା ଓ ଶ୍ବେତାପର୍ଣ୍ଣା ସର୍ବଭାରତୀୟ ମାନ୍ୟତା ଆଧାରରେ ଲିଗ୍ ପର୍ଯ୍ୟାୟରେ ଖେଳିବାକୁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଛନ୍ତି। ଏମାନଙ୍କ ବ୍ୟତୀତ ଶୃତି ସ୍ବାଇଁ, ସ୍ବାଧୀନ ଗୌଡ଼ ଓ ପ୍ରଗତି ପରିଡ଼ା ଓଡ଼ିଶା ଯୋଗ୍ୟତା ପର୍ଯ୍ୟାୟରେ ପ୍ରତିଦ୍ବନ୍ଦ୍ବିତା କରିବେ। ଅନ୍ୟପକ୍ଷରେ ମ୍ୟାଚ୍ ପରିଚାଳନା ପାଇଁ ଆନ୍ତର୍ଜାତିକ ସ୍ତରରୁ ଅଧିକାରୀମାନେ ଆସୁଥିବା ବେଳେ ଓଡ଼ିଶାରୁ ୪୨ ଜଣ ଏହି ଦାୟିତ୍ବରେ ରହିବେ। ସେମାନଙ୍କ ମଧ୍ୟରେ ଆନ୍ତର୍ଜାତିକ ମାନ୍ୟତାପ୍ରାପ୍ତ ରିତା ଦାସ ଓ ବିଜୟ କୁମାର ବାଗ୍ ଅମ୍ପାୟାର ଭାବେ ରହିବାକୁ ଥିବାବେଳେ ଅନ୍ୟ ୪୦ ଜଣ ଲାଇନ୍ ଜଜ୍ ଭାବେ ନିୟୋଜିତ ହେବେ।
ପ୍ରତିଯୋଗିତାର ପୁରୁଷ ଏକକରେ ପରୁପଲ୍ଲୀ କାଶ୍ୟପ ଏବଂ ମହିଳା ଏକକରେ ସାଇନା ନେହଵାଲ ଶୀର୍ଷ ମାନ୍ୟତା ପାଇଛନ୍ତି। ପୁରୁଷ ଯୁଗଳରେ ଋଷିଆର ଭ୍ଲାଦିମିର ଇଭାନୋଭ ଓ ଇଭାନ ସୋଜନୋଭ, ମହିଳା ଯୁଗଳରେ ଭାରତର ଅଶ୍ବିନୀ ପୋନାପ୍ପା ଓ ଏନ୍ ସିକ୍କି ରେଡ଼ି ଏବ˚ ମିଶ୍ରିତ ଯୁଗଳରେ ଇ˚ଲଣ୍ତର କାଲମ ହେମି˚ ଓ ଜେସିକା ପଘ୍ ଶୀର୍ଷ ସିଡ୍ମାନ୍ୟତା ପାଇଛନ୍ତି। ମିଶ୍ରିତ ଯୁଗଳରେ ଋତାପର୍ଣ୍ଣା ଓ ତରୁଣ କୋନାଙ୍କ ଯୋଡ଼ି ପଞ୍ଚମ ମାନ୍ୟତା ପାଇଛି।