ଭାରତୀୟ ଟେନିସ୍ ଦଳରେ ଆହନ

ଭୁବନେଶ୍ବର: ମାଲେସିଆର କୁଚିଂଠାରେ ମାର୍ଚ୍ଚ ୧୮ରୁ ୨୩ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଆଇଟିଏଫ୍ ବିଶ୍ବ ଦଳଗତ ବାଳିକା ଟେନିସ୍ ଯୋଗ୍ୟତା ପର୍ଯ୍ୟାୟ ଲାଗି ଘୋଷିତ ଭାରତୀୟ ଦଳରେ ଓଡ଼ିଶାର ଆହନ ସ୍ଥାନ ପାଇ ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି। ସର୍ବଭାରତୀୟ ଟେନିସ୍ ସଂଘ (ଏଆଇଟିଏ) ପକ୍ଷରୁ ନୂଆଦିଲ୍ଲୀର ଆର୍‌କେ ଖାନ୍ନା ଟେନିସ୍ ଷ୍ଟାଡିୟମ୍‌ରେ ଆୟୋଜିତ ପ୍ରଶିକ୍ଷଣ ଶିବରରେ ୬ଜଣ ବଛାବଛା ଖେଳାଳିଙ୍କୁ ପଛରେ ପକାଇ ଭାରତୀୟ ଦଳରେ ସ୍ଥାନ ପକ୍କା କରି ନେଇଥିଲେ ସେ। ଏହି ଶିବିରରେ ଆହତ ସମସ୍ତ ୫ଜଣ ପ୍ରତିପକ୍ଷଙ୍କୁ ହରାଇ ଅପରାଜେୟ ରହିବା ସହ ଶୀର୍ଷ ସ୍ଥାନ ଦଖଲ କରିଥିଲେ। ଆହନ ସଂପ୍ରତି ଏସ୍ ବେସ୍ ଟେନିସ୍ ଏକାଡେମିରେ ଅଜୟ କୁମାର ନିଶଙ୍କଙ୍କଠାରୁ ପ୍ରଶିକ୍ଷଣ ନେଉଛନ୍ତି।

ସମ୍ବନ୍ଧିତ ଖବର