ବଲ୍‌ ଛାତିରେ ବାଜିବାରୁ ପଡ଼ିଆ ଭିତରେ ଖେଳାଳି ମୃତ

କ୍ରୋଆଟିଆ: ପ୍ରସିଦ୍ଧ ଫୁଟ୍‌ବଲ୍‌ ଖେଳାଳି ବ୍ରୋନା ବୋବାନ(୨୫) ଫୁଟ୍‌ବଲ୍‌ ଖେଳୁ ଖେଳୁ ପଡ଼ିଆ ମଧ୍ୟରେ ତାଙ୍କ ଛାତିରେ ଫୁଟ୍‌ବଲ୍‌ ବାଜିବାରୁ ତାଙ୍କର ମୃତ୍ୟୁ ଘଟିଛି। ଶନିବାର ଦିନ ଥାର୍ଡ -ଟାୟର୍‌ କ୍ରୋଟେନ୍‌ କ୍ଲବ୍‌ ମାର୍ସୋନିୟା ପକ୍ଷରୁ ବ୍ରୋନା କ୍ରୋଟେନ୍‌ ଟିମ୍‌ ସ୍ଲାଭୋନିଜା ପୋଜେଗା ବିପକ୍ଷରେ ଫୁଟ୍‌ବଲ୍‌ ଖେଳିଥିଲେ। ଖେଳିବାର ୧୫ ମିନିଟ୍‌ ମଧ୍ୟରେ ଚାଙ୍କ ଛାତିରେ ବଲ୍‌ ବାଜିବାରୁ ତାଙ୍କର ମୃତ୍ୟୁ ହୋଇଛି।

ପଡ଼ିଆ ମଧ୍ୟରେ ବ୍ରୋନା ଅଚେତ ହୋଇପଡ଼ିବାରୁ ଅନ୍ୟ ସମସ୍ତ ଖେଳାଳି ଏବଂ ଡାକ୍ତର ପଡ଼ିଆ ଭିତରକୁ ଧାଇଁ ଯାଇଥିଲେ। ତାଙ୍କ ଚେତା ଫେରାଇ ଆଣିବା ପାଇଁ ଡାକ୍ତର ପାଖାପାଖି ୪୦ ମିନିଟ୍‌ ଚେଷ୍ଟା କରିଥିଲେ। ମାତ୍ର ତାଙ୍କର ଅବସ୍ଥାରେ ପରିବର୍ତ୍ତନ ଦେଖା ଦେଇନଥିଲା। ତାଙ୍କୁ ପଡ଼ିଆ ମଧ୍ୟରେ ମୃତ ଘୋଷଣା କରାଯାଇଥିଲା। ତାଙ୍କ ମୃତ୍ୟୁ ବିଷୟରେ ସଂପୂର୍ଣ୍ଣ ତଥ୍ୟ ହସ୍ତଗତ ହେବାକୁ ବାକି ଅଛି।

ଫେସ୍‌ବୁକ୍‌ର ବ୍ରୋନାଙ୍କୁ ସମସ୍ତ ଖେଳାଳିଙ୍କ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ତାଙ୍କ ପରିବାର ଲୋକଙ୍କର ଏହି ବିରାଟ କ୍ଷତି ହେତୁ ତାଙ୍କୁ ସମବେଦନା ବାର୍ତ୍ତା ଦିଆଯାଇଛି।

ସମ୍ବନ୍ଧିତ ଖବର