ଓଡ଼ିଶା ହକି ବିଶ୍ୱ ଲିଗ: ଭାରତ-ଅଷ୍ଟ୍ରେଲିଆ ମ୍ୟାଚ ୧-୧ରେ ଡ୍ର

ଭୁବନେଶ୍ୱର: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ଓଡ଼ିଶା ହକି ବିଶ୍ୱ ଲିଗର ୨ୟ ମ୍ୟାଚ ୧-୧ରେ ଡ୍ର ହୋଇଛି। ‘ପୁଲ-ବି’ର ଅନ୍ୟ ଏକ ମ୍ୟାଚରେ ଭାରତ ପକ୍ଷରୁ ପ୍ରଥମ ଗୋଲ ୨୧ ମିନିଟରେ ମନଦୀପ ସିଂହ(ଜର୍ସି ୧୧) ଦେଇଥିଲେ। ଏହା ଫିଲ୍ଡ ଗୋଲ ଥିଲା। ସେହିପରି ୨୧ ମିନିଟରେ ଜେର୍ମି ହାଇଓ୍ଵାର୍ଡ (ଜର୍ସି ୩୨) ପେନାଲଟି ଗୋଲ ଦେଇଥିଲେ।

ପୂର୍ବରୁ ଓଡ଼ିଶା ପୁରୁଷ ହକି ବିଶ୍ୱ ଲିଗ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ କଳାକାରଙ୍କ ପକ୍ଷରୁ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଥିଲା। ଭାରତରେ ଆୟୋଜିତ ହୋଇଥିବା ହକି ବିଶ୍ୱ ଲିଗ ନେଇ ହକି ପ୍ରେମୀଙ୍କ ମନରେ ପ୍ରବଳ ଉତ୍କଣ୍ଠା ଦେଖାଯାଇଛି।

ସମାରୋହର ଉଦ୍‌ଘାଟନ ପୂର୍ବରୁ ଜର୍ମାନୀ ଓ ଇଂଲଣ୍ଡ ମଧ୍ୟରେ ପ୍ରଥମ ମ୍ୟାଚ ଖେଳା ଯାଇଥିଲା। ଜର୍ମାନୀ ୨-୦ ଗୋଲରେ ଇଂଲଣ୍ଡକୁ ପରାସ୍ତ କରିଛି।

ସମ୍ବନ୍ଧିତ ଖବର